ମାଛ ଧରିବାକୁ ଯାଇ ପାଣିରେ ବୁଡ଼ିଗଲେ ଯୁବକ

ଉଲୁଣ୍ଡା : ଉଲୁଣ୍ଡା ବ୍ଲକ୍‌ ଝାରବା‌ହାଲି ଗ୍ରାମ ପୋଖରୀକୁ ମାଛ ଧରିବାକୁ ଯାଇ ରଞ୍ଜିତ ନେଟି (୨୬) ପାଣିରେ ବୁଡ଼ି ଯାଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ସେ ମାଛ ଧରିବାକୁ ଗାଁ ପୋଖରୀକୁ ଯାଇଥିଲେ। ସେଠାରେ କୌଣସି କାରଣରୁ ସେ ପାଣିରେ ବୁଡ଼ି ଯାଇଥିଲେ। ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ସୋନପୁର ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରଞ୍ଜିତ କୁଲିମଜୁରି କରି ପରିବାର ପ୍ରତିପୋଷଣ କରୁଥିଲେ। ତାଙ୍କ ବିୟୋଗରେ ତାଙ୍କର ସ୍ତ୍ରୀ ଚନ୍ଦ୍ରକାନ୍ତି ଓ ୩ ମାସର ଝିଅ ଚିନ୍ମୟ ଅସହାୟ ହୋଇପଡ଼ିଛନ୍ତି। ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର