ପ୍ରତାରଣା କରି ଜେଲ ଗଲେ ଯୁବକ

ଘଣ୍ଟାପଡା : କଣ୍ଟାମାଳ ଥାନା ଅନ୍ତର୍ଗତ ନାରାୟଣପ୍ରସାଦ ଗ୍ରାମର ଜଣେ ଯୁବକ ପ୍ରେମ, ପ୍ରତାରଣା ଓ ଧୋକା ଦେଇ ଜେଲ ଯାଇଥିବା କଣ୍ଟାମାଳ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାନୁସାରେ ଗ୍ରାମର ପ୍ରଭାତ ସେଠୀ (୨୪) ସର୍ଗୀପଡ଼ା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ। ବିବାହ ପ୍ରତିଶ୍ରୁତି ଦେଇ ଘରେ ରଖିଥିଲେ। ପରେ ଯୁବତୀ ଜଣକ ବାହା ହେବାକୁ ଜିଦ କରିବାରୁ ପ୍ରଭାତ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ପ୍ରଭାତଙ୍କ ବାପା ମାନ ସେଠୀ(୬୦) ଏବଂ ମା’ ହାର ସେଠୀ (୫୫) ମଧ୍ୟ ତାଙ୍କୁ ନିର୍ଯାତନା ଦେଉଥିଲେ ବୋଲି ଅଭିଯୋଗ ହୋଇଛି। ଯୁବତୀଙ୍କ ବାପା, ମା’ ଏହା ଜାଣିବା ପରେ କଣ୍ଟାମାଳ ଥାନାର ଦ୍ୱାରସ୍ଥ ହୋଇଥିଲେ। ଏନେଇ କଣ୍ଟାମାଳ ଥାନାରେ କେସ୍‌ ନମ୍ବର ୨୨/୨୧ ରେ ମାମଲା ରୁଜୁ କରି ପୁଲିସ ଓଆଇସି ଲିଶାରାଣୀ ସେଠୀ ତଦନ୍ତ ଆରମ୍ଭ କରିଥିଲେ। ପରେ ଧାରା ୩୭୬, ୩୪୨, ୩୨୩, ୪୧୭, ୫୦୬, ୩୪ ଆଇପିସି ଏବଂ ପୋକ୍ସୋ ଆକ୍ଟରେ ପ୍ରଭାତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଜମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌ ପଠାଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର