ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର ଦୁଷ୍କର୍ମ, ଯୁବକ ଗିରଫ

୭୦ ହଜାରରେ ବିକ୍ରି ପରେ ଯୁବତୀଙ୍କୁ ଦୁଷ୍କର୍ମ!

Facebook

ଲଇକେରା: ଲଇକେରା ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ତାଙ୍କ ପଡ଼ାର ଜଣେ ଯୁବକ ବିବାହର ପ୍ରତିଶ୍ରୁତି ଦେଇ ଏକାଧିକ ଥର ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି। ତେବେ ଯୁବକ ଜଣକ ଅନ୍ୟ ଜାଗାରେ ବିବାହ କରିବାରୁ ଲଇକେରା ଥାନାରେ ପୀଡ଼ିତା ଯୁବତୀଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ପୁଲିସ ସୂଚନା ଅନୁଯାୟୀ ଘରେ କେହି ନଥିବା ସୁଯୋଗ ନେଇ ପଦ୍ମଲୋଚନ ପ୍ରଧାନ (୩୧) ନାମକ ଜଣେ ଯୁବକ ତାଙ୍କ ପଡ଼ାର ଜଣେ ଯୁବତୀ (୨୮)ଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇଥିଲେ। ଯୁବତୀଙ୍କ ଅନିଚ୍ଛା ସତ୍ତ୍ବେ ତାଙ୍କ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ।

କିଛିଦିନ ପରେ ପୁନର୍ବାର ଝାରସୁଗୁଡା ସ୍ଥିତ ଏକ ହୋଟେଲକୁ ନେଇ ଯୁବତୀଙ୍କୁ ଦୁଇ ଦିନ ରଖି ବିବାହର ନିର୍ଭର ପ୍ରତିଶ୍ରୁତି ଦେଇ ପୁଣି ଶାରୀରିକ ସମ୍ପର୍କ ରଖିଥିଲେ। ଜାନୁଆରି ୨୪ ତାରିଖରେ ପଦ୍ମଲୋଚନ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିଥିଲା। ଯୁବତୀଙ୍କ ପରିବାର ଲୋକ ଓ ପଡ଼ୋଶୀ ଏହା ଜାଣିବା ପରେ ତାଙ୍କ ଘରକୁ ପଚାରିବା ପାଇଁ ଯାଇଥିଲେ। ଏହି ସମୟରେ ତାଙ୍କ ପରିବାର ଲୋକ ଯୁବତୀଙ୍କ ପରିବାର ଲୋକଙ୍କୁ ଗାଳି ମନ୍ଦ କରିବା ସହ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ। ଏହାକୁ ନେଇ ଯୁବତୀଙ୍କ ପରିବାର ଲୋକ ମାର୍ଚ୍ଚ ମାସ ୩୦ ତାରିଖରେ ଲଇକେରା ଥାନାରେ ଅଭିଯୋଗ ଦେଇଥିଲେ। ଅଭିଯୋଗକୁ ଭିତ୍ତି କରି ବାଗଡିହି ଫାଣ୍ଡି ଅଧିକାରୀ ଶରତ ଚନ୍ଦ୍ର ଦ୍ଵିବେଦି ତଦନ୍ତ ଭାର ନେଇଥିଲେ। ତଦନ୍ତ କରି ଯୁବତୀ ଓ ପଦ୍ମ ଲୋଚନଙ୍କ ଡାକ୍ତରୀମାଇନା କରିଥିଲେ। ରବିବାର ପଦ୍ମଲୋଚନକୁ କୋର୍ଟ ଚାଲାଣ କରା‌ଯାଇଥିବା ଫାଣ୍ଡି ଅଧିକାରୀ ଶ୍ରୀ ଦ୍ବିବେଦୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe