ହାତରେ ନାହିଁ ଟଙ୍କା, ଦେଶ ବୁଲୁଛନ୍ତି ଯୁବକ: ମାଲକାନଗିରିରୁ ଆରମ୍ଭ କଲେ ଯାତ୍ରା

ମାଲକାନଗିରି: ହାତରେ ଟଙ୍କା ନାହିଁ। କିନ୍ତୁ ଏହା ପରେ ବି ସେ ଭାରତର ଗୁରୁତ୍ବପୂର୍ଣ୍ଣ ସ୍ଥାନକୁ ବୁଲିବାକୁ ମନ କରିଛନ୍ତି ମାଲକାନଗିରିର ଯୁବକ କୁନା ବେସରା। ହାତରେ ଆଦୌ ଟଙ୍କା ନଥିଲେ ବି କୁନା ଭାରତ ଭ୍ରମଣ କରିବାର ଯୋଜନା କରିଛନ୍ତି। ତାଙ୍କର ଏହି ଯାତ୍ରା ଆଜି ଆରମ୍ଭ ହୋଇଛି। ଆଜି ସକାଳେ ସେ ମାଲକାନଗିରିରୁ ଆମ୍ବାଗୁଡା ଅଭିମୁଖେ ବାହାରିଛନ୍ତି। ଲୋକଙ୍କୁ ଲିଫ୍ଟ ମାଗି ସେ ସାରା ଭାରତ ବିନା ପଇସାରେ ଭ୍ରମଣ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଲୋକେ ଭାରତ ଭ୍ରମଣ ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି। ତେଣୁ କୁନା ଏଭଳି ଏକ ଅଭିନବ ଉପାୟ ବାହାର କରି ବିନା ଟଂକାରେ ସେ ଭାରତ ଭ୍ରମଣ କରି ପୁଣି ମାଲକାନଗିରି ଫେରିବେ ବୋଲି ଚିନ୍ତା କରିଛନ୍ତି। ଯେତେ ଦିନ ଲାଗିଲେ ମଧ୍ୟ ସେ ବିନା ଟଂକାରେ ହିଁ ଭାରତ ଭ୍ରମଣ କରିବେ। ତେବେ ଏଥିପାଇଁ ଆଜି ସେ ଲିଫ୍ଟ ମାଗି ଜୟପୁର ପର୍ଯ୍ୟନ୍ତ ପହଞ୍ଚିଥିଲେ। ସେଠାରୁ ଆମ୍ବାଗୁଡାରେ ପହଞ୍ଚିବା ପରେ କଳାହାଣ୍ଡି ଯାତ୍ରା କରିଥିଲେ। ତାଂକର ଏହି ଯାତ୍ର ଶୁଭଙ୍କର ହେଉ ବୋଲି ଜିଲ୍ଲାବାସୀ ଆଶୀର୍ବାଦ ଦେଇଛନ୍ତି।

ସମ୍ବନ୍ଧିତ ଖବର