ଧର୍ମଗଡ଼ : ଗତ କିଛିଦିନ ହେଲା ଧର୍ମଗଡ଼ ଅଞ୍ଚଳରେ ବାରମ୍ବାର ବିଦ୍ୟୁତ୍କାଟ୍ ହେଉଛି। ଏହାର ପ୍ରତିବାଦରେ ସୋମବାର ରାତି ୮ଘଣ୍ଟାରୁ ଧର୍ମଗଡ଼ ଫିଉଜ କଲ୍ ସେଣ୍ଟର ଠାରେ ଜାତୀୟ ରାଜପଥକୁ ଧର୍ମଗଡ଼ ଅଞ୍ଚଳର ଯୁବକମାନେ ଅବରୋଧ କରିଥିଲେ। ଘଟଣାସ୍ଥଳରେ ସ୍ଥାନୀୟ ପୁଲିସ ଓ ଧର୍ମଗଡ଼ ବିଦ୍ୟୁତ ବିଭାଗର ସହକାରୀ ଯନ୍ତ୍ରୀ ପହଞ୍ଚି ଯୁବକମାନଙ୍କୁ ବୁଝାସୁଝା କରିଥିଲେ। ସହକାରୀ ଯନ୍ତ୍ରୀ ଭଗବାନ ସାହୁ ପ୍ରତିଶ୍ରୁତି ଦେବାରୁ ରାସ୍ତାରୋକ ହଟିଥିଲା।
ବିଦ୍ୟୁତ୍କାଟ୍ର ପ୍ରତିବାଦରେ ରାଜରାସ୍ତାକୁ ଆସିଲେ ଯୁବ ଗୋଷ୍ଠୀ
/sambad/media/post_attachments/wp-content/uploads/2021/07/0f84f9b8-1a1d-4b05-9d03-dab24eff13c0.jpg)