କବାଟବନ୍ଧ: ଚଣ୍ତିଖୋଲ-ଡୁବୁରି ୫୩ ନମ୍ବର ଜାତୀୟ ରାଜପଥରେ ଆଜି ଏକ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତ ଯୁବକ ଧର୍ମଶାଳା ଥାନା ଦେଉଳିପାଳ ଗ୍ରାମର ମନୋଜ ସ୍ବାଇଁଙ୍କ ପୁଅ ପୃଥୀରାଜ ଓରଫ ବାଦଲ (୩୦)। ଦୁର୍ଘଟଣା ପରେ ଏହି ରାଜପଥରେ ହମ୍ପସ ନିର୍ମାଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ। ଜେନାପୁର ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଥିଲେ। ହମ୍ପସ ନିର୍ମାଣ ସହ ବ୍ୟାରିକେଟ୍ ବସାଇବା ପାଇଁ ପ୍ରତିଶ୍ରୁତି ଦେବାପରେ ରାସ୍ତାରୋକ୍ ହଟିଥିଲା।
/sambad/media/post_attachments/wp-content/uploads/2023/01/17-9.jpg)
ସୂଚନା ମୁତାବକ, ଆଜି ଭୋରୁ ପୃଥୀରାଜ କଳିଙ୍ଗନଗର ଶିଳ୍ପାଞ୍ଚଳସ୍ଥିତ ଟାଟାଷ୍ଟିଲ୍ କାରଖାନାରୁ ରାତି ଡ୍ୟୁଟି ସାରି ଏକ ବାଇକ୍ (ଓଡି-୩୪ଡି-୩୧୧୭)ରେ ଘରକୁ ଫେରୁଥିଲେ। ଚଣ୍ତିଖୋଲ ପଟୁ ଆସୁଥିବା ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଜେନାପୁର ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି। ଥାନା କେସ୍ ନମ୍ବର ୧୪/୨୩ରେ ଏକ ମାମଲା ରୁଜୁ ହୋଇଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ବ୍ରାହ୍ମଣୀ ବ୍ରିଜ ନିକଟରେ ହମ୍ପସ୍ ନିର୍ମାଣ ଦାବିରେ ରାସ୍ତାରୋକ କରିଥିଲେ। ଫଳରେ ବହୁ ଗାଡ଼ିମୋଟର ଅଟକି ରହିଥିଲା। ପୁଲିସ ପ୍ରତିଶ୍ରୁତି ମୁତାବକ, ବ୍ରାହ୍ମଣୀ ସେତୁ ନିକଟରେ ବ୍ୟାରିକେଟ୍ ନିର୍ମାଣ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/16-11.jpg)