ରାଜନେତା ଓ ସିନେ ପ୍ରଯୋଜକଙ୍କୁ ବ୍ଲାକମେଲିଂ ଅଭିଯୋଗ: ବନ୍ଧା ହେଲେ ଯୁବତୀ !

ଭୁବନେଶ୍ବର: ରାଜନେତା ଓ ସିନେ ପ୍ରଯୋଜକଙ୍କୁ ବ୍ଲାକମେଲିଂ କରୁଥିବା ଅଭିଯୋଗରେ ଭୁବନେଶ୍ୱରର ଜଣେ ସୁନ୍ଦରୀ ଯୁବତୀଙ୍କୁ ପୁଲିସ ଗିରଫ କରିଥିବାର ଖବର ମିଳିଛି। ଉକ୍ତ ଯୁବତୀ ବିବାହିତା ବୋଲି କୁହାଯାଉଛି।

ସୂଚନା ଅନୁଯାୟୀ, ଉକ୍ତ ଯୁବତୀ ଫେସବୁକରେ ପ୍ରଥମେ ବନ୍ଧୁତା ଓ ପରେ ପ୍ରେମାଳାପ କରୁଥିଲେ। ଯୁବତୀ ଜଣକ ନେତା, ପୂର୍ବତନ ମନ୍ତ୍ରୀ ଓ ବ୍ୟବସାୟୀଙ୍କୁ ଫେସବୁକରେ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଉଥିଲେ। ସୋସିଆଲ ମିଡିଆରେ ବନ୍ଧୁତା ହେବା ପରେ ଫୋନ ନମ୍ବର ମାଗି କଥା ହେଉଥିଲେ। ଏହାପରେ ସେ ନିଜ ଘରକୁ ନିମନ୍ତ୍ରଣ କରି ଗୁପ୍ତରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଚିତ୍ର ଉତ୍ତୋଳନ କରୁଥିଲେ। ସେହି ଭିଡିଓକୁ ଦେଖାଇ ବ୍ଲାକମେଲିଂ କରି ଯୁବତୀ ମୋଟା ଅଙ୍କର ଅର୍ଥ ଆଦାୟ କରୁଥିବା ଅଭିଯୋଗ ହୋଇଛି।

ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହେବା ପରେ ସଂପୃକ୍ତ  ଯୁବତୀଙ୍କୁ ପୁଲିସ ଗିରଫ କରିଥିବା କୁହାଯାଉଛି। ତାଙ୍କଠାରୁ ପୁଲିସ୍‌ ୨ଟି ପେନ୍‌ଡ୍ରାଇଭ୍‌ ଓ ୨ଟି ମୋବାଇଲ୍‌ ଜବତ କରିଥିବା ଜଣାଯାଇଛି। ତେବେ ଏନେଇ ପୁଲିସ ପକ୍ଷରୁ କୌଣସି ଆଧିକାରିକ ସୂଚନା ଦିଆଯାଇନାହିଁ।

ନେତା, ପ୍ରୋଯୋଜକୁ ବ୍ଲାକମେଲିଂ କରି ଗିରଫ ହୋଇଥିବା ମହିଳାଙ୍କ ଘରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଘର ଏମିତି ହୋଇଛି ଯେ ନେତା, ମନ୍ତ୍ରୀଙ୍କ ଘର ମଧ୍ୟ ଗିରଫ ଯୁବତୀଙ୍କ ଘର ଆଗରେ ଫିକା ପଡିଯିବ । ବିଶାଳ ଅଟ୍ଟାଳିକା, ଦାମୀ ଆସବାବ ପତ୍ର ସହ ଘରର ସାଜସଜ୍ଜାରେ ଆଭିଜାତ୍ୟର ଝଲକ ଦେଖିବାକୁ ମିଳିଛି । ଉକ୍ତ ଘରେ ବିଭିନ୍ନ ସିନେମା ଓ ବିଜ୍ଞାପନ ଫିଲ୍ମ ସୁଟିଂ ହେଉଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର