ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ତିନିମହଲା କୋଠା ଉପରୁ ଡେଇଁ ଚିକିତ୍ସାଧୀନ ଯୁବତୀଙ୍କ ଆତ୍ମହତ୍ୟା

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ତିନିମହଲା କୋଠା ଉପରୁ ଡେଇଁ ଚିକିତ୍ସାଧୀନ ଥିବା ଜଣେ ଯୁବତୀ ଆତ୍ମହତ୍ୟା କରିଛନ୍ତି। ମୃତ ଯୁବତୀଙ୍କ ନାମ ରଜନୀ ମେଲକା (୨୮)। ତାଙ୍କ ଘର ରାୟଗଡ଼ା ସହର ନିକଟସ୍ଥ ତୁମ୍ବିଗୁଡା ଗ୍ରାମରେ। ଯୁବତୀ ଜଣକ ଜ୍ୱର ଏବଂ ପାଟିଘାରେ ପୀଡିତ ହୋଇ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତ ୭ ତାରିଖରେ ଭର୍ତ୍ତି ହୋଇଥିଲେ।

ଆଜି ଭୋର ପ୍ରାୟ ୪ଟା ବେଳେ ବାଥରୁମ୍ ଝରକା ପଟୁ ତଳକୁ ଡେଇଁ ଆତ୍ମହତ୍ୟା କରିଥିବା କୁହାଯାଉଛି। ଘଟଣା ପରେ ହସ୍ପିଟାଲ କର୍ତ୍ତୃପକ୍ଷ ପୁଲିସକୁ ଖବର ଦେବା ପରେ ରାୟଗଡ଼ା ଥାନା ପୋଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଏବଂ ଫରେନସିକ ଟିମ୍ ଦ୍ୱାରା ତଦନ୍ତ ଜାରି ରହିଥିବା ଡାକ୍ତର ବରଦାକାନ୍ତ ମିଶ୍ର ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର