ବାଲେଶ୍ୱର: ପ୍ରେମିକ ଧୋକା ଦେବାରୁ ପ୍ରେମିକା ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ଆଣିଲେ ପ୍ରେମିକାର ପରିବାର। ଏଭଳି ଏକ ଅଭାଵନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ଜଳଦା ପଞ୍ଚାୟତ ଅନ୍ତର୍ଗତ ତୁଟ ଗ୍ରାମରେ।
ଘଟଣାରୁ ପ୍ରକାଶ ରବିବାର ବିଳମ୍ବିତ ରାତିରେ ତୁଟ ଗ୍ରାମର ଭରତ ଚରଣ ବେହେରାଙ୍କ ୨୩ବର୍ଷୀୟା ଝିଅ ସସ୍ମିତା ଶୋଇବାଘର ଫ୍ୟାନରେ ଏକ ଶାଢ଼ୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଆଜି ସକାଳେ ପରିବାର ଲୋକେ ସସ୍ମିତା ଶୋଇବାଘରେ ଫ୍ୟାନରେ ଝୁଲୁଥିବାର ଦେଖିଥିଲେ। ସସ୍ମିତାକୁ ଉଦ୍ଧାର କରିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏ ନେଇ ପରିବାର ଲୋକେ ଖଇରା ପୁଲିସକୁ ଖବର ଦେଇଥିଲେ।
ଖବର ପାଇ ଖଇରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ସସ୍ମିତା ଏକ ବର୍ଷ ହେବ ଜଣେ ଯୁବକକୁ ଭଲପାଇ ଆସୁଥିଲେ। ହେଲେ ପୁଅ ଜଣକ ବିବାହିତ ବୋଲି ଜାଣିବା ପରେ ସସ୍ମିତା ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି। ପୁଲିସ ସସ୍ମିତାଙ୍କ ମୋବାଇଲ ଯାଞ୍ଚ କଲାପରେ ସେ ଭଲପାଉଥିବା ପୁଅ ସହିତ ହ୍ଵାଟ୍ସଆପରେ ଚାଟିଂ କରିଥିବା ଦେଖିବାକୁ ମିଳିଛି।
ପ୍ରେମିକ ଧୋକା ଦେବାରୁ ପ୍ରେମିକାର ଆତ୍ମହତ୍ୟା
/sambad/media/post_attachments/wp-content/uploads/2021/02/sp-359490618-e2nv33-thumbnail.jpg)
/sambad/media/agency_attachments/2024-07-24t043029592z-sambad-original.webp)