ବ୍ରହ୍ମଗିରି : ଶନିବାର ରାତି ଆଠଟା ବେଳେ ବ୍ରହ୍ମଗିରି ଥାନା ମଣପଡ଼ା ଗାଁ’ରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ ଛାତ ଉପରକୁ ଚଢ଼ିଯାଇଥିବା ଜଣେ ଯୁବତୀଙ୍କୁ ପୁଲିସ ଉଦ୍ଧାର କରି ଥାନାକୁ ଆଣିଛି। ଏ ସମ୍ପର୍କରେ ବ୍ରହ୍ମଗିରି ଥାନା ଆଇଆଇସି ଦିଲୀପ କୁମାର ଧଳ କହିଛନ୍ତି ଯେ ପଚରାଉଚରା ବେଳେ ଯୁବତୀଜଣକ ତାଙ୍କ ପରିଚୟ ଦେଇଛନ୍ତି। ତାଙ୍କ ଘର ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଅଞ୍ଚଳରେ। ଉଦ୍ଧାର ପରେ ତାଙ୍କୁ ଚନ୍ଦନପୁରଠାରେ ଥିବା ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନରେ ରଖାଯାଇଛି। ଯୁବତୀଙ୍କ ସମ୍ପର୍କରେ ତାଙ୍କ ଭାଇଙ୍କୁ ଅବଗତ କରାଯାଇଥିବା ନେଇ ଥାନା ଅଧିକାରୀ ଶ୍ରୀ ଧଳ ସୂଚନା ଦେଇଛନ୍ତି।