କଟକ: ଭୁବନେଶ୍ୱରରେ ରେଞ୍ଜରୋଭର ଦୁର୍ଘଟଣାରେ ଗୁରୁତର ଯୁବତୀଙ୍କ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ମୃତ୍ୟୁ। ଗତ ୩୧ ତାରିଖରେ ରାଜଧାନୀର ପାୱାର ହାଉସ ଛକରେ ଦୁର୍ଘଟଣାରେ ଗୁରୁତର ହୋଇ ଲୋପାମୁଦ୍ରା ସାହୁଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା। ପରେ ସେ କଟକର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ବ୍ରେନଡେଡ ଘୋଷଣା କରିଥିଲେ ଡାକ୍ତର। ଆଇସିୟୁରେ ରଖି ଯୁବତୀଙ୍କୁ ଚିକିତ୍ସା କରାଯାଉଥିଲା। ଚିକିତ୍ସାଧୀନ ଅବସ୍ଥାରେ ଲୋପାମୁଦ୍ରା ସାହୁଙ୍କ ମୃତ୍ୟୁ ହୋଇଥିବା ନେଇ ଘୋଷଣା କରିଛନ୍ତି ଚିକିତ୍ସା କରୁଥିବା ଡାକ୍ତର।
ଗତ ୩୧ ତାରିଖରେ ଭୁବନେଶ୍ୱରର ପାୱାର ହାଉସ ଛକରେ ଏକ ରେଞ୍ଜରୋଭର ଧକ୍କାରେ ବାଇକରେ ଯାଉଥିବା ୨ ଜଣ ଗୁରୁତର ହୋଇଥିଲେ। ଏହି ଦୁର୍ଘଟଣାରେ ଗୁରୁତର ହୋଇଥିଲେ ଲୋପାମୁଦ୍ରା ସାହୁ ଓ ଜଣେ ଅବସରପ୍ରାପ୍ତ ସିଆରପିଏଫ ଯବାନ କାହ୍ନୁଚରଣ ନାୟକ। କାହ୍ନୁଚରଣ ଏବେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ଅବସ୍ଥା ବି ସଙ୍କଟାପନ୍ନ ରହିଥିବା କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/711000d1-5301-4dd2-bd38-6e587d6116c0.jpeg)