ବ୍ରହ୍ମପୁର: ପୁଣି ଓଡ଼ିଶାରେ ଗଣଦୁଷ୍କର୍ମ ଘଟିଛି। ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ବେଳାଭୂମି ବୁଲିବାକୁ ଯାଇଥିବା ବେଳେ ଏହା ଘଟିଛି ବୋଲି ଥାନାରେ ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ପୁରୁଷ ବନ୍ଧୁଙ୍କ ସହ ପୀଡ଼ିତା ଯୁବତୀ ଜଣକ ବୁଲିବାକୁ ଯାଇଥିଲେ। ସେଠାରେ ସେମାନଙ୍କୁ ଏକୁଟିଆ ଦେଖି ୮ରୁ ୧୦ ଜଣ ଦୁର୍ବୃତ୍ତ ସେମାନଙ୍କୁ ଘେରିଯାଇଥିଲେ।
ପୁରୁଷ ବନ୍ଧୁଙ୍କୁ ବାନ୍ଧି ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ୭ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି।
ganjam | Crime
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/06/16/EcpJKjfbl1fbcy2L55VS.jpeg)