ପାରିବାରିକ କଳହରୁ ବଡଭାଇକୁ ହତ୍ୟା କଲା ସାନ ଭାଇ 

ଶରଣକୁଳ: ପାରିବାରିକ କଳହର କରୁଣ ପରିଣତି | ବଡ ଭାଇକୁ ହତ୍ୟା କଲା ସାନ ଭାଇ | ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ ଚଢ଼େୟାପଲି ଗାଁରେ ଏଭଳି ଏକ ଅଭାବନୀୟ ହତ୍ୟାକାଣ୍ଡ ଘଟିଛି | ହତ୍ୟା କରିବା ପରେ ଅଭିଯୁକ୍ତ ଜଣକ ପୋଲିସ ସାମ୍ନାରେ ଆତ୍ମସମର୍ପଣ କରିଛି | ମିଳିଥିବା ସୂଚନା ମୁତାବକ ଏହି ଗାଁର କୁବେର ସାହୁ(୩୬ ବର୍ଷ ) ଓ ତାଙ୍କ ସାନ ଭାଇ ଧନେଶ୍ୱର ସାହୁ(୨୫ବର୍ଷ) ଙ୍କ ମଧ୍ୟରେ କିଛିଦିନ ଧରି ପାରିବାରିକ ବିବାଦ ଥିଲା |

ଏହାକୁ ନେଇ ମଙ୍ଗଳବାର ରାତିରେ କୁବେର ଛାତ ଉପରେ ଶୋଇଥିବାବେଳେ ଧନେଶ୍ୱର ଆକ୍ରମଣ କରିଥିଲେ | ଏକ କଟୁରୀ ସାହାଯ୍ୟରେ ବଡ ଭାଇକୁ ଆକ୍ରମଣ କରିବା ପରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା | ଏହାକୁ ନେଇ କୁବେରଙ୍କ ପତ୍ନୀ କୁନି ସାହୁ ଶରଣକୁଳ ଥାନାରେ ଅଭିଯୋଗ କରିଥିଲେ | ତେବେ ବିଳମ୍ବିତ ରାତିରେ ଧନେଶ୍ୱର ଥାନାକୁ ଆସି ଆତ୍ମସମର୍ପଣ କରିଥିଲେ |

ବହୁଦିନ ଧରି ଦୁଇ ଭାଇଙ୍କ ମଧ୍ୟରେ ପାରିବାରିକ ବିବାଦ ଥିବା ନେଇ ପଡୋଶୀ କହିଥିବାବେଳେ ଅନ୍ୟ କିଛି କାରଣ ଥାଇପାରେ ସନ୍ଦେହରେ ପୋଲିସ ତଦନ୍ତ କରୁଛି | ପୋଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି |

ସମ୍ବନ୍ଧିତ ଖବର