ଦେବଗଡ଼: ରିଆମାଳ ଥାନା ଅନ୍ତର୍ଗତ ଜୁଆଳିଭଙ୍ଗା ଗ୍ରାମରେ ଗତକାଲି ରାତିରେ ସାନ ଭାଇର ଛୁରା ମାଡରେ ବଡ ଭାଇର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ଜୁଆଳିଭଙ୍ଗା ଗ୍ରାମର ଘେନ ଶବରଙ୍କ ୨ ପୁଅ ଅସାଢୁ ଶବର ଓ ଧିରେନ ଶବର ମଧ୍ୟରେ ଗତ କିଛିଦିନ ହେବ ପାରିବାରିକ କଳହକୁ କେନ୍ଦ୍ରକରି ବିବାଦ ଲାଗି ରହିଥିଲା। ବଡ଼ ଭାଇ ଅସାଢୁ ଅନେକ ସମୟରେ ସାନଭାଇ ଧିରେନକୁ ହତ୍ୟା ଧମକ ଦେଉଥିଲା। ଏହି କ୍ରମରେ ଗତକାଲି ରାତିରେ ପୁଣିଥରେ ଉଭୟଙ୍କ ମଧ୍ୟରେ ବିବାଦ ଲାଗିଥିଲା। ବଡ଼ ଭାଇ ଅସାଢୁକୁ ସାନ ଭାଇ ଧିରେନ ଏକ ଛୁରୀରେ ଆକ୍ରମଣ କରିଥିଲା। ଫଳରେ ପ୍ରବଳ ରକ୍ତସ୍ରାବ ଯୋଗୁଁ ଅସାଢୁଙ୍କ ମୃତ୍ୟୁ ଘଟିଥିଲା। ସୂଚନା ପାଇ ରାତିରେ ରିଆମାଳ ଥାନା ଅଧିକାରୀ ପ୍ରଦୀପ କେରକେଟା ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିବା ସହ ସାଇଣ୍ଟିଫିକ ଟିମକୁ ସୂଚନା ଦେଇଥିଲେ। ଆଜି ସକାଳେ ଏସଡ଼ିପିଓ ସୁଲେମାନ ଏକ୍କା, ଥାନା ଅଧିକାରୀ ଶ୍ରୀ କେର୍କେଟାଙ୍କ ସମେତ ସାଇଣ୍ଟିଫିକ ଟିମ ସହିତ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଅନ୍ୟପକ୍ଷରେ ଅଭିଯୁକ୍ତ ଧିରେନକୁ ପୁଲିସ ଅଟକ ରଖି ଅଧିକ ପଚରାଉଚୁରା କରୁଛି ।
ସାନ ଭାଇର ଛୁରା ମାଡରେ ବଡ ଭାଇର ମୃତ୍ୟୁ
/sambad/media/post_attachments/wp-content/uploads/2020/03/B1-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)