ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଚିନ୍ତାପଲ୍ଲୀ ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ସାମାନ୍ୟ ବଚସାକୁ ନେଇ ମଦ୍ୟପ ସାନଭାଇ ତାରକେଶ୍ବର ବେହେରା ବଡଭାଇ ସୁନ୍ଦର ବେହେରାଙ୍କୁ ଟାଙ୍ଗିଆରେ ଆକ୍ରମଣ କରି ନିର୍ମମ ଭାବେ ହତ୍ୟା କରିଥିବା ଜଣାପଡିଛି। ହତ୍ୟାକାଣ୍ଡ ଭିଆଇବା ପରେ ଫେରାର ହୋଇଯାଇଥିବା ଅଭିଯୁକ୍ତ ତାରକେଶ୍ବରଙ୍କୁ ଠାବ କରାଯାଇଛି ବୋଲି ଏସ୍ଡିପିଓ ଠାକୁର ପ୍ରସାଦ ପାତ୍ର ସୂଚନା ଦେଇଛନ୍ତି। ଖବର ପାଇ ଏସପି ସାରା ଶର୍ମା ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିଛନ୍ତି। ମୃତକର ବାପାଙ୍କ ଅଭିଯୋଗ ପ୍ରକାରେ ଅଭିଯୁକ୍ତ ତାରକେଶ୍ବର ବିରୋଧରେ ମକଦ୍ଦମା ରୁଜୁ କରା ଯାଇଥିବା ଏସପି ପ୍ରକାଶ କରିଛନ୍ତି।
ବଡ଼ ଭାଇକୁ ଟାଙ୍ଗିଆରେ ହାଣି ହତ୍ୟା
/sambad/media/post_attachments/wp-content/uploads/2019/06/ae.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)