ପିଇଓଙ୍କୁ ମାଡ଼ ମାରି ଯୁବକ ଗିରଫ

ହରିଚନ୍ଦନପୁର : ହରିଚନ୍ଦନପୁର ବ୍ଲକ ମନୋହରପୁର ପଞ୍ଚାୟତର ପିଇଓ ରାଧାଶ୍ୟାମ ମହାନ୍ତଙ୍କୁ ମାଡ଼ ମାରିବା ଅଭିଯୋଗରେ ପୁଲିସ ଗୁରୁବାର ଦିନ ବ୍ରଜମୋହନପୁର ଗ୍ରାମର ବିଷ୍ଣୁ ଚରଣ ସାହୁ (୩୪) ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଖବରରୁ ପ୍ରକାଶ ବିଷ୍ଣୁ ସାହୁ ପଞ୍ଚାୟତର ଏକ ଉନ୍ନୟନ କାର୍ଯ୍ୟ କରିଥିଲେ । ଏହାର ବିଲ୍‌ ପାଇବାକୁ ନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ସହ ଗତକାଲି ଅପରାହ୍ନରେ ଝଗଡ଼ା ହୋଇଥିଲା । ଏ ନେଇ ଶ୍ରୀ ମହାନ୍ତ ଗତକାଲି ସନ୍ଧ୍ୟାରେ ଥାନାରେ ଅଭିଯୋଗ କରିଥିଲେ । ଥାନାର ଏସ୍‌ଆଇ ସୁରେଶ କୁମାର ମାଝି ୧୦୩/୨୨ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିଲେ । ତେବେ ଶ୍ରୀ ସାହୁ ଜାମିନରେ ମୁକୁଳିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର