ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣା କଟକ ସହରରେ ଘଟିଛି ଏକ ଅଘଟଣ। ଆଜି ସକାଳୁ ସକାଳୁ ଏପରି ଏକ ଦୁଃଖଦ ଘଟଣା ଘଟିଯାଇଛି ବୌଦ୍ଧ ଜିଲ୍ଲା ପୁରୁଣା କଟକରେ। ମିଳିଥିବା ସୂଚନା ଅନୁଯାୟୀ ରାମ୍ଭିକଟା ଗାଁର ଭାଗିରଥି ସେଠୀ ନାମକ ଜଣେ ଯୁବକ ବାଇକରେ ସକାଳେ ନିଜ ଗାଆଁରୁ ଚାରିଛକ ଆଡକୁ ଯାଉଥିଲେ। ହଠାତ୍‌ ତାଙ୍କ ବାଇକ୍‌ ଟି ଡ୍ରେନ୍ରେ ପିଟି ହୋଇ ଥିଲା। ଏହାଫଳରେ ଭାଗିରଥୀ ତଳେ ପଡ଼ିଯାଇଥିଲେ । ତାଙ୍କ ବାଇକ୍ ବି ତଳେ ପଡ଼ିଗଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

Advertisment

ଏହି ଦୁର୍ଘଟଣାକୁ ନିଜ ଆଖିରେ ଦେଖିଥିବା ଲୋକଙ୍କ କହିବା ଅନୁଯାୟୀ, ଭାଗିରଥି ସେଠୀ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଡ୍ରେନ୍ରେ ପିଟି ହୋଇଥିଲେ। ଡ୍ରେନରେ ପିଟି ହେବା ପରେ ସେ ବାଇକ୍ ସହ ଏକ ଦୋକାନ ପାଖରେ ଛିଟିକି ପଡ଼ିଥିଲେ। ସେହିଠାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।ଏହାପରେ ଲୋକେ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା।