ବୈପାରିଗୁଡା: ନାଳରେ ଗୋଡ଼ ଖସି ଜଣକର ମୃତ୍ୟୁ ହୋଇଯାଇଛି। ସୂଚନା ଅନୁଯାୟୀ ବୈପାରିଗୁଡା ବ୍ଲକ ଅନ୍ତର୍ଗତ କେନ୍ଦୁଗୁଡା ପଞ୍ଚାୟତର କୁମ୍ଭାରଗୁଡା ଗ୍ରାମର ମଦନ କୁମ୍ଭାରଙ୍କ ପୁଆ ଉଦ୍ଧବ କୁମ୍ଭାର (୪୦) ଆଜି ସକାଳୁ ଶୈଚ ହେବା ପାଇଁ ନିଜ ଗାଁ ପାଖ ନାଳକୁ ଯାଇଥିଲେ। ଗୋଡ଼ ହାତ ସଫା କରୁଥିବାବେଳେ ହଠାତ୍ ଗଡ଼ ଖସି ପଡ଼ିଥିଲା ଫଳରେ ସେ ନାଳରେ ପଡ଼ି ଯାଇଥିଲେ। ଲଘୁଚାପ ଜନିତ ବର୍ଷାରେ ନାଳରେ ପାଣି ଭର୍ତ୍ତି ଥିବାରୁ ସେ ବାହାରକୁ ବାହାରି ପାରିନଥିଲେ। ନାଳ ପାଖରେ ଅନ୍ୟ କିଛି ଲୋକ ଶୈଚ ପାଇଁ ଯାଇଥିଲେ ଏବଂ ସେମାନେ ଉଦ୍ଧବଙ୍କୁ ପାଣିରେ ବୁଡ଼ି ଛଟପଟ ହେଉଥିବା ଦେଖି ତୁରନ୍ତ ବାହାରକୁ ଆଣିଥିଲେ। ସାଙ୍ଗେସାଙ୍ଗେ ଘରକୁ ଆଣିବା ସମୟରେ ହିଁ ରାସ୍ତାରେ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଥିଲା। ମୃତକଙ୍କ ପରିବାର ଏନେଇ ବୈପାରିଗୁଡା ଥାନାରେ ଏତଲା ଦେଇଥିଲେ। ପୁଲିସ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଆଣିଥିଲେ। ଶବ ବ୍ୟବଚ୍ଛେଦ ପରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବୈପାରିଗୁଡା ଥାନା ଆଇଆଇସି ଅଶ୍ଵିନୀ ପଟ୍ଟନାୟକ ପ୍ରକାଶ କରିଛନ୍ତି।
ନାଳରେ ଗୋଡ଼ ଖସିଗଲା, ପାଣିରେ ବୁଡ଼ି ଯୁବକଙ୍କ ମୃତ୍ୟୁ
/sambad/media/post_attachments/wp-content/uploads/2022/06/dead-ff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)