ଟ୍ରକ୍‌ ଆଗକୁ ଡେଇଁ ପଡ଼ି ଆତ୍ମହତ୍ୟା କଲେ ଯୁବକ !

ସୋର: ଜଣେ ଯୁବକ ଟ୍ରକ୍‌ ଆଗକୁ ଡେଇଁ ପଡ଼ି ଆତ୍ମହତ୍ୟା କରିବା ଘଟଣା ବାଲେଶ୍ବର ଜିଲ୍ଲାର ସୋର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ବାଲେଶ୍ୱର ଜିଲ୍ଲାର ୧୬ନଂ ଜାତୀୟ ରାଜପଥ ସୋର ଉତ୍ତରେଶ୍ୱର ନିକଟରେ ଆଜି ସକାଳେ କିଛି ଲୋକ ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ଜଣେ ଯୁବକ ଟ୍ରକ୍‌ ଆଗକୁ ଡେଇଁ ପଡ଼ି ଆତ୍ମହତ୍ୟା କରିବା ଦେଖିବାକୁ ପାଇଥିଲେ।

ଉକ୍ତ ଯୁବକଙ୍କ ନାମ କେଶବ ଚନ୍ଦ୍ର ବେହେରା ବୋଲି ଜଣାଯାଇଛି। ତାଙ୍କର ବୟସ ୩୨ ବର୍ଷ ଓ ସେ ଅବିବାହିତ ବୋଲି ଜଣାଯାଇଛି। ତାଙ୍କ ଘର ବାଲେଶ୍ୱର ଜିଲ୍ଲାର ଜଡ଼ିନା ପଞ୍ଚାୟତର ଭଡ଼ରାପଦା ଗାଁରେ। ସେ ଗାଁର ଗଜେନ୍ଦ୍ର ବେହେରାଙ୍କ ପୁତ୍ର ବୋଲି ମଧ୍ୟ ସୂଚନା ମିଳିଛି। କେଶବ ଚନ୍ଦ୍ର ବେହେରା ମାନସିକ ବ୍ୟାଧିଗ୍ରସ୍ତ ଥିଲେ ଏବଂ ତାଙ୍କର ସୋର ଡାକ୍ତରଖାନାରେ ଚିକିତ୍ସା ଚାଲିଥିଲା। ଆଜି ସକାଳେ ସେ କାହାକୁ କିଛି ନ କହି ଡାକ୍ତରଖାନାରୁ ଚାଲିଆସି ଏକ ଅଜଣା ଟ୍ରକ୍ ଉପରକୁ ଡେଇଁ ପଡ଼ିଥିବା କୁହାଯାଇଛି।

image source–East ldho news

ଏସଂପର୍କରେ ସୋର ପୁଲିସ୍‌ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଆମ୍ବୁଲାନ୍ସ ଯୋଗେ ସୋର ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏନେଇ ଅଧିକ ତଦନ୍ତ ଜାରି ରହିଛି।

ସମ୍ବନ୍ଧିତ ଖବର