ଗଜପତି : ଗଜପତି ଜିଲ୍ଲାର ଗୁରାଣ୍ଡି ଥାନା ଅନ୍ତର୍ଗତ ଗୁରାଣ୍ଡି ହରିଜନ ସାହିର ଏସ କମଲ ନିଖୋଜ ହେବାପରେ ଆଜି ସକାଳୁ ହଠାତ୍ ତାଙ୍କୁ ଆହତ ଅବସ୍ଥାରେ ଦେଖିବାକୁ ମିଳିଛି। ଗତ ୩ ଦିନ ନିଖୋଜ ହେବାପରେ ଅଚେତ ଅବସ୍ଥାରେ ଘର ନିକଟ ବିଲରୁ ଗୁରାଣ୍ଡି ପୁଲିସ ତାଙ୍କୁ ଉଦ୍ଧାର କରିଥିବାର ସୂଚନା ମିଳିଛି। ଗତ ରବିବାର ରାତିରେ ନିଖୋଜ ହୋଇଥିବା ବେଳେ ଏସ କମଲ ଘରେ ରକ୍ତ ଛିଟା ପଡିଥିବାରୁ ଅପହରଣ ପରେ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ପରିବାର।
ପୋଲିସ ସନ୍ଧାନୀ କୁକୁର, ସାଇଣ୍ଟିଫିକ୍ ଟିମ୍, ଦମକଳ ବାହିନୀର ସାହାଯ୍ୟରେ ବହୁ ଖୋଜାଖୋଜି କରିବା ପରେ ଆଜି ଆହତ ହୋଇ ଅଚେତ ଅବସ୍ଥାରେ ଏକ ବିଲରୁ ଉଦ୍ଧାର କରିଛି ପୋଲିସ। ତାଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁରର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି।
/sambad/media/post_attachments/wp-content/uploads/2019/09/gurundi_2-300x225.jpg)
ଏସ କମଲଙ୍କ ବୟସ ୨୮ ବର୍ଷ। ସେ ବିଏସସି ପାସ୍ କରିବାପରେ ଟିଉସନକରି ଗୁଜୁରାଣ ମେଣ୍ଟାଇଥାନ୍ତି। ତେବେ ତାଙ୍କ ସ୍ତ୍ରୀ ବାପଘରେ ରହନ୍ତି ବୋଲି ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/Man-Resqued-After-3-Daz_Thumbnail.jpg)