ଓଡ଼ାପଡ଼ା: ଜଙ୍ଗଲକୁ ଗାଈ ଖୋଜିବା ପାଇଁ ଯାଇଥିବା ବେଳେ ଦନ୍ତା ହାବୁଡ଼ରେ ପଡ଼ିଛନ୍ତି ଯୁବକ। ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ନିମିଧା ଗ୍ରାମର ସତ୍ୟବାନ ବେହେରା (୩୬) ନାମକ ଯୁବକ ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ଜଣାପଡିଛି। ଖବର ନେବାରେ ଜଣାଯାଇଛି ଯେ ସତ୍ୟାନନ୍ଦ ଗତକାଲି ସନ୍ଧ୍ୟାରେ ନିକଟସ୍ଥ ଜଙ୍ଗଲକୁ ନିଜର ଗାଈ ଖୋଜିବାକୁ ଯାଇ୍ଥିଲେ। ସେ ଆଉ ଫେରି ନଥିବାରୁ ଆଜି ସକାଳୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ସତ୍ୟାନନ୍ଦଙ୍କ ମୃତଦେହ ବୀଭତ୍ସ ଭାବରେ ପଡିଥିବା ଦେଖିବାକୁ ମିଳିଥିଲା । ଏହା ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ।
ଏ ସମ୍ପର୍କରେ ଗ୍ରାମବାସୀ ବନବିଭାଗକୁ ଖବର ଦେଇଥିଲେ। କିନ୍ତୁ ଦିନ ୧୨ଟା ସୁଦ୍ଧା ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳକୁ ପହଞ୍ଚି ନ ଥିଲେ। ସତ୍ୟାନନ୍ଦଙ୍କ ମୃତଦେହ ଘଟଣାସ୍ଥଳରେ ପଡି ରହିଥିଲା। ସତ୍ୟାନନ୍ଦ ବେହେରା ଜଣେ ଗରିବ ପ୍ରଜା। ତାଙ୍କର ଛୋଟ ପୁଅ ଓ ଝିଅ ଅଛନ୍ତି। । ମୃତକଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।
ଘଟଣାସ୍ଥଳରେ ବିଳମ୍ବରେ ପହଞ୍ଚି ଥୂବା ବନବିଭାଗ ଅଧିକାରୀ ଲୋହିତ କୁମାର ରଥଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କୌଣସି ସୂଚନା ଦେବାକୁ ମନା କରିଥିଲେ। ମୃତକଙ୍କ ପରିବାରକୁ କେବେ ସରକାରୀ ସହାୟତା ମିଳିବ। ସେ ବାବଦରେ କିଛି ଜଣାପଡି ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/7e3a9009-aceb-4d82-af9e-6640d2d1cbf8.jpg)