ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ତହସିଲ କାର୍ଯ୍ୟାଳୟରେ ନିଆଁ ଲଗାଇବା ଅଭିଯୋଗରେ ଜଣେ ଯୁବକ ଥାନାରେ ଅଟକ ଥିବା ଜଣାଯାଇଛି। ନିଆଁ ଲଗାଇଲା ପରେ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ କରି ନିଜେ ଏହି କାମ କରିଥିବା ଅଭିଯୁକ୍ତ ରାଜୀବ କିଶାନ ସ୍ୱୀକାର କରିଥିବା କୁହାଯାଉଛି। ପୁଲିସ ପକ୍ଷରୁ ଜେରା ସମୟରେ ରାଜୀବ ସ୍ୱୀକାର କରିଛନ୍ତି।
/sambad/media/post_attachments/wp-content/uploads/2020/11/rengali4.jpg)
ଏଣେ ତହସିଲ କାର୍ଯ୍ୟାଳୟରେ ନିଆଁ ଲାଗିବା ଫଳରେ କେତେକ ଆସବାବପତ୍ର ପୋଡ଼ିଯାଇଥିବାର ଖବର ମିଳିଛି। କିନ୍ତୁ ଏଥିରେ କାହାରି ପ୍ରାଣହାନି ବା କେହି ଆହତ ହୋଇଥିବାର ସୂଚନା ନାହିଁ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/Fire-Burnt-in-Tehsil-Office_Thumbnail.jpg)