ନନ୍ଦନକାନନରେ ନୀଳଗିରି ମାଙ୍କଡ଼ଛୁଆ ମୃତ

ବାରଙ୍ଗ: ବୁଧବାର ଦିନ ସ୍ଥାନୀୟ ପ୍ରାଣୀ ଉଦ୍ୟାନ ନନ୍ଦନକାନନର ୫୫ ନମ୍ବର ଖୁଆଡ଼ରେ ଗୋଟାଏ ନୀଳଗରି ହନୁମାଙ୍କଡ଼ ଛୁଆର ଆକସ୍ମିକ ମୃତ୍ୟୁ ଘଟିଛି।

କାହିଁକି ସେ ମାଙ୍କଡ଼ଛୁଆଟି ମରିଗଳା ତାହା ଜଣାପଡ଼ି ନାହିଁ।

ମେ ୩୧ ତାରିଖ ଦିନ ସେ ଛୁଆମାଙ୍କଡ଼ଟିର ବାପା ମରିଯାଇଥିଲା।

ଏବେ ନନ୍ଦନକାନନରେ ଆଉ ଗୋଟିଏ ମାତ୍ର ମାଈ ନୀଳଗିରି ମାଙ୍କଡ଼ ରହିଲା। ତାକୁ ସିସିଟିଭି ଓ୍ଵାଚ୍‌ରେ ରଖାଯାଇଛି।

ସମ୍ବନ୍ଧିତ ଖବର