ଭୁବନେଶ୍ୱରରେ ଲକଡାଉନ କଟକଣା ବଳବତ୍ତର ରହିବ: ବିଏମ୍‌ସି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଲକଡାଉନ କଟକଣା ବଳବତ୍ତର ରହିବ ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ସୁଚନା ଦିଆଯାଇଛି । ଭୁବନେଶ୍ୱର ହଟ୍‌ସ୍ପଟ ଜୋନରେ ସାମିଲ ଅଛି । ତେଣୁ ଏଠାରେ ଲକଡାଉନ କଟକଣା ଜାରି ରହିବ । ପରବର୍ତ୍ତୀ ସମୀକ୍ଷା ପର୍ଯ୍ୟନ୍ତ ରାଜଧାନୀ ଭୁବନେଶ୍ୱରରେ ଲକ୍‌ଡାଉନର ସମସ୍ତ  କଟକଣା ବଳବତ୍ତର ରହିବ ।

ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ, ସହରବାସୀ ଲକଡାଉନକୁ ସହଯୋଗ ଓ ସମର୍ଥନ ଦେଇଛନ୍ତି । ସେଥିପାଇଁ ସଫଳତା ମିଳିଛି । ଲୋକେ ବ୍ୟକ୍ତିଗତ ଭାବେ ତ୍ୟାଗ କରିଛନ୍ତି ବୋଲି ଆମକୁ ବଳ ମିଳିଛି ବୋଲି ବିଏମ୍‌ସି କହିଛି ।

ଭୁବନେଶ୍ୱରରେ ମୋଟ ୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିରୁ ୧୭ ଜଣ ରୋଗୀ ସୁସ୍ଥ ହୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଏବେବି ଆହୁରି ୨୯ ଜଣ ସକ୍ରିୟ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି । ଭୁବନେଶ୍ୱରରେ ଅତି କମ ଦିନ ମଧ୍ୟରେ ଏହି ସବୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କିନ୍ତୁ ଖୁସିର କଥା ଯେ, ଗତ ୧୪ ତାରିଖ ପରଠାରୁ ଜଣେ ମଧ୍ୟ ନୂଆ କରୋନା ଆକ୍ରାନ୍ତ ବାହାରି ନାହିଁ ।

ସୂଚନାଯୋଗ୍ୟ, ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୧୦୩ ଜଣ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ସେଥିରୁ ୩୬ ଜଣ ସୁସ୍ଥ ହୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଏବେବି ୬୭ ଜଣ କରୋନା ରୋଗୀଙ୍କ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସା ଜାରି ରହିଛି ।

ସମ୍ବନ୍ଧିତ ଖବର