ଶାଳୀକୁ ଛୁରା ମାଡ଼ କରି ଭିଣୋଇ ଗିରଫ

ସମ୍ବଲପୁର : ସଦର ଥାନା ଅଧୀନ ବାଙ୍ଗି ଟିକିରା ରାସନପୁରଠାରେ ନିଜ ଶାଳୀକୁ ଛୁରା ମାଡ଼ କରିଥିବା ଅଭିଯୋଗରେ ପୁଲିସ ଶନିବାର ହେମନ୍ତ ମୁଣ୍ଡା(୩୦)କୁ ଗିରଫ କରି କୋର୍ଟ ଚାଲାଣ କରିଛି। ମିଳିଥିବା ସୂଚନା ଅନୁଯାୟୀ କିସିଣ୍ଡା ତାନା ଖଣ୍ଡିଆମୁଣ୍ଡା ଅଞ୍ଚଳର ହେମନ୍ତ ତାଙ୍କ ଶ୍ବଶୁର ଘରକୁ ବୁଲିବା ପାଇଁ ଆସିଥିଲେ। ଗୁରୁବାର ବିଳମ୍ବିତ ରାତିରେ ସେ ମଦ ପିଇ ନିଜ ସ୍ତ୍ରୀ ଓ ପିଲାଙ୍କ ସହ ଝଗଡ଼ା ଲାଗୁଥିଲେ। ଏହି ସମୟରେ ଶାଳୀ ପିଙ୍କି ମୁଣ୍ଡା ହସ୍ତକ୍ଷେପ କରିବାରୁ ପାଖରେ ଥିବା ଏକ ଛୁରୀରେ ହେମନ୍ତ ଶାଳୀର ପେଟକୁ ମାଡ଼ କରିଥିଲା। ପିଙ୍କିଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଶନିବାର ସେ ଡାକ୍ତରଖାନାରୁ ଘରକୁ ଫେରିଥିବା ଜଣା ପଡ଼ିଛି।

ସମ୍ବନ୍ଧିତ ଖବର