ଘଟଗାଁ : ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିିଯୋଗରେ ଘଟଗାଁ ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଯୁବକ ଜଣକ ହେଲେ ପାଲବଣି ଗ୍ରାମର ମଙ୍ଗରାଜ ବେହେରା (୨୨)।
ପ୍ରାପ୍ତ ସୂଚନା ଅନୁସାରେ, ୧୩ ତାରିଖରେ ଘଟଗାଁ ଥାନା ଅଞ୍ଚଳର ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ପୋଖରୀକୁ ଗାଧୋଇବା ପାଇଁ ଯାଇଥିବାବେଳେ ମଙ୍ଗରାଜ ତାଙ୍କୁ ଜୋରଜବରଦସ୍ତ ଏକ ବାଇକ୍ରେ ବସାଇ ନେଇଯାଇଥିଲା। ନାବାଳିକାଙ୍କୁ ଜଙ୍ଗଲରେ ରଖି ଦୁଷ୍କର୍ମ କରିଥିଲା। ପରଦିନ ସକାଳେ ଏକ ଟ୍ରକ୍ରେ ବସାଇ ପାଣିକୋଇଲି ନେଇଯାଇଥିଲା। ଖବର ପାଇ ପରିବାର ଲୋକେ ପାଣିକୋଇଲିରେ ପହଞ୍ଚି ନାବାଳିକା ଓ ମଙ୍ଗରାଜକୁ ଠାବ କରିଥିଲେ। ଉଭୟଙ୍କୁ ଆଣି ପୁଲିସ ଜିିମା ଦେଇଥିଲେ। ଆଜି କେନ୍ଦୁୁଝରର ସେମାନଙ୍କ ଡାକ୍ତରୀମାଇନା କରାଯାଇଛି। ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ନାବାଳିକାଙ୍କ ବୟାନ ରେକର୍ଡ କରାଯାଇଛି। ଏନେଇ ଘଟଗାଁ ଥାନାରେ କେସ୍ ନମ୍ବର ୩୮/୨୧ରେ ଏକ ମାମଲା ରୁଜୁ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/332899-arrest_1200x768.jpeg)