ରାୟଗଡ଼ା : ଦେବାଦେବୀଙ୍କ ଫଟୋ ପୋଡିବା ସହ ଏହାର ଭାଇରାଲ ଘଟଣାରେ ଜଣେ ଯୁବକକୁ ଗିରଫ କରିଛି ପୁଲିସ। ଗିରଫ ଯୁବକ ଜଣକ ହେଉଛନ୍ତି ଟିକିରି ଥାନା ଅନ୍ତର୍ଗତ ପାଞ୍ଚାଳି ଗାଁ’ର ଅଗସ୍ତି ଗରେଡା। ଯୁବକ ଜଣକ ନିଜକୁ ଜଣେ ଏସ୍ଏସ୍ଟି ମାଇନର କମ୍ୟୁନିଟିର ବୋଲି ଦାବି କରିବା ସହ ଗାଁ’ର କିଛି ଯୁବକଙ୍କୁ ଧରି ଫଟୋ ପୋଡିଥିଲେ। ଏହାସହ ଦେବାଦେବୀଙ୍କ ଫଟୋ ପୋଡିବା ବେଳେ ଆମ୍ବେଦକରଙ୍କ ଫଟୋକୁ ମଧ୍ୟ ପୂଜା କରୁଥିଲେ। ଏହି ସମୟରେ ଏହାର ଫଟୋ ଉଠାଇବା ସହ ଭଇରାଲ କରୁଥିଲେ। ଏଭଳି ଉଦ୍ୟମ ସାମ୍ପ୍ରଦାୟିକ ସଦ୍ଭାବନା ନଷ୍ଟ କରୁଥିବା ଅଭିଯୋଗରେ ରାୟଗଡ଼ା ପୁଲିସ ଯୁବକ ଜଣକୁ ଗିରଫ କରିଛି। ଏହାବ୍ୟତୀତ ଏହି ଫଟୋଗୁଡିକୁ ଅଧିକ ଭାଇରାଲ ନ କରିବାକୁ ଯୁବକକୁ ତାଗିଦ୍ କରାଯାଇଥିବା ନେଇ ରାୟଗଡ଼ା ଏସ୍ପି ଏକ ପ୍ରେସ୍ମିଟ୍ ଜରିଆରେ ସୂଚନା ଦେଇଛନ୍ତି।
ଦେବାଦେବୀଙ୍କ ଫଟୋ ପୋଡିବା ସହ ଏହାର ଭାଇରାଲ ଘଟଣାରେ ଜଣେ ଯୁବକ ଗିରଫ
/sambad/media/post_attachments/wp-content/uploads/2019/09/arrest-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)