ସୁନା ଚୋରି ଅଭିଯୋଗରେ ଯୁବକ ଗିରଫ

ଡୁଙ୍ଗୁରିପାଲି : ଡୁଙ୍ଗୁରିପାଲି ପୁଲିସ ଏକ ସୁନା ଚୋରି ଅଭିଯୋଗରେ ରାମପୁରର ଦୁର୍ଯୋଧନ ଲୁହା(୩୦) ନାମକ ଏକ ଯୁବକକୁ ଶୁକ୍ରବାର ରାତିରେ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି। ଜାମିନ୍‌ ନାମଞ୍ଜୁର ହେବାରୁ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ପ୍ରାପ୍ତ ସୂଚନାରୁ ଜଣାଯାଇଛି ରାମପୁର ଗ୍ରାମର ଦୁର୍ଯୋଧନ(ଦୀର୍ଯ୍ୟୁ) ଚୋରି ହୋଇଥିବା ଏକ ନେକଲେସ, ଦୁଇ ହଳ କାନଫୁଲ ଏବଂ ଗୋଟିଏ ମୁଦି ଡୁଙ୍ଗୁରିପାଲି ଷ୍ଟେବ୍ୟାଙ୍କ ଓ ଡିସିବି ବ୍ୟାଙ୍କରେ ବନ୍ଧକ ଦେଇଥିଲେ। ଏକ ସୁନା ଚୋରି କେସର ଅନୁସନ୍ଧାନ କରି ପୁଲିସ ଦୁର୍ଯ୍ୟ‌ୋଧନଠାରୁ ଉକ୍ତ ଚୋରି ସୁନା ଉଦ୍ଧାର କରିଥିଲା। ଏସଆଇ ଯଯାତି କେଶରୀ ସାହୁ ତଦନ୍ତ ଦାୟିତ୍ବ ନେଇଥିବା ପ୍ରକାଶ।

ସମ୍ବନ୍ଧିତ ଖବର