ନାବାଳିକା ଚାଲାଣ ଅଭିଯୋଗରେ ଯୁବକ ଗିରଫ

ଆନନ୍ଦପୁର : ଆନନ୍ଦପୁର ମୁଣ୍ଡାସାହିରୁ ଜଣେ ନବାଳିକାକୁ ଅପହରଣ କରି ପରେ ଗୁଜୁରାଟର ଅହମଦାବାଦକୁ ଚାଲାଣ ଅଭିଯୋଗରେ ପୁଲିସ୍ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଉଛନ୍ତି ଚାନ୍ଦବାଲିର ସେକ୍ ଫଜଲ। ଆନନ୍ଦପୁର ଥାନା ଆଇଆଇସି ସୁଶାନ୍ତ କୁମାର ଦାଶ ଗତକାଲି ଚଢ଼ଉ କରି ଚାନ୍ଦବାଲିରୁ ଗିରଫ କରିବା ପରେ ଆଜି କୋର୍ଟଚାଲାଣ କରିଛନ୍ତି।

ସେକ୍ ଫଜଲ ଗତ ମାର୍ଚ୍ଚ ମାସରେ ଜଣେ ନାବାଳିକାଙ୍କୁ ଅପହରଣ କରିଥିବାବେଳେ ପରେ ଅହମଦାବାଦକୁ ପଠାଇ ଦେଇଥିଲା। ପୁଲିସ୍ ସମ୍ପୃକ୍ତ ନାବାଳିକାଙ୍କୁ ଉଦ୍ଧାର କରିବାପରେ ଏ ସମ୍ପର୍କରେ ଜଣାପଡିଥିଲା। ଆନନ୍ଦପୁର ଥାନା କେସ୍ ନମ୍ବର ୪୫/୨୨ରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର