ବୁଲ୍‌ବୁଲ୍‌ ପୂର୍ବ ଓ ପରବର୍ତ୍ତୀ ସ୍ଥିତିରେ ଜିଲ୍ଲା ପ୍ରଶାସନକୁ ସହାୟତା କର: ଅଧ୍ୟକ୍ଷ

ଭୁବନେଶ୍ବର : ଘର୍ଣ୍ଣି ବାତ୍ୟା ‘ବୁଲ୍ ବୁଲ୍’ ଓଡ଼ିଶା ଉପକୂଳ ଦେଇ ଗତି କରୁଥିବାରୁ ସ୍ବତନ୍ତ୍ର ରିଲିଫ କମିସନର ୧୫ଟି ଜିଲ୍ଲା ପ୍ରଶାସନକୁ ସତର୍କ ରହିବା ପାଇଁ ସୂଚନା ଜାରି କରିଛନ୍ତି। ଜିଲ୍ଲା ପ୍ରଶାସନକୁ ବାତ୍ୟା ପୂର୍ବ ଓ ପରବର୍ତ୍ତୀ ସ୍ଥିତିରେ ସହାୟତା କରିବା ପାଇଁ ବିଜୁ ଯୁବବାହିନୀ ସ୍ବେଚ୍ଛାସେବୀମାନଙ୍କୁ ରାଜ୍ୟ ଯୁବ କଲ୍ୟାଣ ବୋର୍ଡ଼ କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷ ବିଜୟ ନାୟକ ନିବେଦନ କରିଛନ୍ତି। ୨୦୧୮ରେ ତିତିଲି ଓ ୨୦୧୯ ମେ ମାସରେ ଫନି ବାତ୍ୟା ସମୟରେ ବିଜୁ ଯୁବ ବାହିନୀର ସ୍ବେଚ୍ଛାସେବୀମାନେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ସାହାଯ୍ୟ ଓ ସହଯୋଗ ପାଇଁ ପ୍ରଶଂସନୀୟ ଭୂମିକା ନିର୍ବାହ କରିଥିଲେ। ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା ବି କରିଥିଲେ। ଏବେ ‘ବୁଲ୍ ବୁଲ୍’ ବାତ୍ୟା ଦ୍ବାରା କୌଣସି ଧନଜୀବନ ଯେପରି ହାନୀ ନ ହୁଏ, ସେଥିପ୍ରତି ଦୃଷ୍ଟି ଦେବାକୁ ସ୍ବେଚ୍ଛାସେବୀମାନଙ୍କୁ ଶ୍ରୀ ନାୟକ ଆହ୍ବାନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର