ରାସ୍ତାକଡ଼ରୁ ଗଳିତ ଶବ ଉଦ୍ଧାର, ହତ୍ୟା ସନ୍ଦେହ

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଧାମନଡଙ୍ଗା ମୁଖ୍ୟ ରାସ୍ତା କଡ଼ର ଏକ ଗଛରୁ ରବି ସୁନା (୫୫ବର୍ଷ) ନାମକ ଜଣେ ବ୍ୟକ୍ତିଙ୍କ ଗଳିତ ଶବ ଉଦ୍ଧାର କରାଯାଇଛି। ତାଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଇଥିବା ସନ୍ଦେହ କରାଯାଉଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଧାମନଡଙ୍ଗା ଗ୍ରାମ ହରିଜନ ପଡ଼ାର ରବି ସୁନାଗତ ନୂଆଁଖାଇ ଦିନରୁ ନିଖୋଜ ଥିଲେ। ସାତଦିନ ପରେ ଗୁରୁବାର ତାଙ୍କ ଗଳିତ ମୃତଦେହ ଉକ୍ତ ସ୍ଥାନରୁ ଝୁଲନ୍ତା ଅବସ୍ଥାରେ ଠାବ ହୋଇଥିଲା। କଣ୍ଟାବାଞ୍ଜି ପୁଲିସ ପହଞ୍ଚି ଶବକୁ ଜବତ କରିବା ସହ ପରିବାର ଲୋକଙ୍କ ଉପସ୍ଥିତିରେ ଶବ ଚିହ୍ନଟ କରାଯାଇଥିଲା। ମୃତ ରବିଙ୍କ ଭାଇ କହିଛନ୍ତି ଯେ, ରବି ଅନେକ ଦିନ ହେଲା ଜମି ବିବାଦରେ ରହିଥିଲେ। କୋର୍ଟରେ କିଛି ଜମି ପାଇଁ ମାମଲା ମଧ୍ୟ ଚାଲିଛି। ଏହା ହତ୍ୟା ନା ଆତ୍ମହତ୍ୟା ତଦନ୍ତ ପରେ ଜଣାପଡ଼ିବ ବୋଲି ପୁଲିସ କହିଛି। ଘଟଣାସ୍ଥଳରେ ପୁଲିସ ଏସ୍‌ଆଇ ପ୍ରଦୀପ ଦୁରିଆ, ଏସ୍‌ଆଇ ହୀରା ଖାଲକୋ ପହଞ୍ଚି ତଦନ୍ତ କରିଥିଲେ।

ସମ୍ବନ୍ଧିତ ଖବର