ବାପା-ମା’ଙ୍କ ଆଗରେ ନିଜକୁ ଜାଳିଦେଲା ପୁଅ

ରାଉରକେଲା : ଘରୋଇ କଳିର ଏକ ହୃଦୟ ବିଦାରକ ଦୃଶ୍ୟ ଆଜି ରାଉରକେଲା କୋଏଲନଗର ଅଞ୍ଚଳରେ ଦେଖିବାକୁ ମିଳିଛି। ବାମା ଓ ମା’ଙ୍କ ଆଗରେ ୫୦ ବର୍ଷର ପୁଅ ନିଜ ଦେହରେ କିରାସିନି ଢାଳି ଆତ୍ମହତ୍ୟା କରିଛି।

ଘଟଣାରୁ ପ୍ରକାଶ ଯେ କୋଏଲନଗର ଇ/୭୩ ଘର ନିବାସୀ ଧର୍ମେନ୍ଦ୍ର କୁମାର ସିହ୍ନା (୫୦)ଙ୍କର କୌଣସି କାରଣରୁ ପରିବାର ଲୋକଙ୍କ ସହିତ ଝଗଡ଼ା ହୋଇଥିଲା। ସକାଳେ ସେ ଘରୁ ବାହାରି ଯାଇ ପୂର୍ବାହ୍ନ ୧୦ଟା ବେଳେ ଘରକୁ ଫେରିଥିଲେ। ଘରେ ପହଞ୍ଚି ପୁଣି ସେ ଝଗଡ଼ା କରିଥିଲେ। ଘରେ ବାପା ଭମେଶ ପ୍ରସାଦ ସିହ୍ନା(୮୦) ଓ ମା’ ଝଗଡ଼ା ନ କରିବା ପାଇଁ ତାଙ୍କୁ ବାରଣ କରୁଥିବା ବେଳେ ସେ ନିଜ ଦେହରେ କିରାସିନି ଢାଳି ହଠାତ୍ ନିଆଁ ଲଗାଇ ଦେଇଥିଲେ। ପୁଅର ଏଭଳି ପଦକ୍ଷେପ ଦେଖି ବାପା-ମା’ ହତବାକ୍ ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ଧର୍ମେନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ। ଧର୍ମେନ୍ଦ୍ରଙ୍କ ଆତ୍ମହତ୍ୟା କାରଣ ସ୍ପଷ୍ଟ ହୋଇନାହିଁ। ଝିରପାଣି ପୁଲିସ ଶବକୁ ଜବତ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର