ବାରଙ୍ଗ : କବାଡ଼ିଆ ଗୋଦାମ‌ରେ ଜିଅନ୍ତା ଜଳିଗଲେ ଯୁବକ

ବାରଙ୍ଗ : ଗତକାଲି ବିଳମ୍ବିତ ରାତିରେ ଚନ୍ଦକା ବଜାରସ୍ଥିତ ଏକ କବାଡ଼ିଆ ଗୋଦାମରେ ଘଟିଥିବା ଅଗ୍ନିକାଣ୍ଡରେ ଜ‌ଣେ ଯୁବକ ଜିଅନ୍ତା ଜଳିଯାଇଛନ୍ତି। ମୃତକ ହେଲେ ଉତ୍ତରପ୍ରଦେଶର ଜିତେନ୍ଦ୍ର ମୌର୍ଯ୍ୟ(୨୩)। ପୁଲିସ ସୂଚନାନୁସାରେ ପୱନ ଗୁପ୍ତାଙ୍କ କବାଡ଼ିଆ ଗୋଦାମରେ ଜିତେନ୍ଦ୍ର ଶ୍ରମିକଭାବେ କାମ କରୁଥିଲେ। ସବୁଦିନ ଭଳି ଗତ ରାତିରେ ସେ ଗୋଦାମରେ ଏକୁଟିଆ ଜଗି ରହିଥିଲେ। ଭିତରପଟୁ କବାଟ ବନ୍ଦ କରି ସେ ଶୋଇଥିବାବ‌େଳେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିଥିଲା। ଗୋଦାମରେ ଜମା ହୋଇଥିବା କବାଡ଼ିଆ ଜିନିଷ ହୁତୁହୁତୁ ହୋଇ ଜଳୁଥିଲେ ମଧ୍ୟ ଜିତେନ୍ଦ୍ର ଜାଣିପାରିନଥିଲେ। ଫଳରେ ଉକ୍ତ ଘରକୁ ନିଆଁ ପୁରା ଘେରି ଯାଇଥିଲା ଓ ସେ ଭିତରୁ ବାହାରି ପାରିନଥିଲେ। ନିଆଁ ଦେଖି ପାଟ୍ରୋଲିଂ କରୁଥିବା ଚନ୍ଦକା ଥାନା ପୁଲିସ ଦମକଳ ବାହିନୀକୁ ଜଣାଇଥିଲେ। ନିଆଁକୁ ଆୟତ୍ତ କରିବା ପରେ ବନ୍ଦ ଘରର କବାଟ ଭାଙ୍ଗି ପୁଲିସ ଭିତରୁ ଜିତେନ୍ଦ୍ରଙ୍କ ପୋଡ଼ି ଯାଇଥିବା ମୃତଦେହ ଜବତ କରିଥିଲା।

ସମ୍ବନ୍ଧିତ ଖବର