ବସ୍‌ ସହ ଜଳିଗଲେ ଯୁବକ

ଢେଙ୍କିକୋଟ : କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ଫାଣ୍ଡି ଅଧୀନ ସାନ୍ତରାପୁର ଗ୍ରାମ ବେହେରାସାହିରେ ଛିଡ଼ାହୋଇଥିବା ଏକ ବସ୍‌ ଗତକାଲି ରାତିରେ ଜଳିଯାଇଛି। ଗାଡ଼ି ଭିତରେ ଶୋଇଥିବା ଜଣେ ଯୁବକ ଜୀବନ୍ତଦଗ୍ଧ ହୋଇଯାଇଛନ୍ତି। ସଂପୂର୍ଣ୍ଣ ପୋଡ଼ିଯାଇଥିବାରୁ ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ।

ଖବର ଅନୁସାରେ ସ୍ଥାନୀୟ ନୁସୁରିପଶି ଗ୍ରାମର ଜଣେ ଡ୍ରାଇଭର ‘ପ୍ରିନ୍ସ’ ବସ୍‌କୁ ଲିଜ୍‌ରେ ଆଣି ଚଳାଉଥିଲେ। ଗତକାଲି ସନ୍ଧ୍ୟାରେ ଏହି ବସ୍‌ରେ ସାନ୍ତରାପୁର ଗ୍ରାମରୁ ବରଯାତ୍ରୀଙ୍କୁ ନେଇ ପାଟଣା ବ୍ଲକ୍‌ କେନ୍ଦେଇପଶି ଗ୍ରାମକୁ ଯାଇଥିଲେ। ରାତି ପ୍ରାୟ ୨ଟା ପରେ କୌଣସି କାରଣରୁ ବସ୍‌ଟିରେ ହଠାତ ନିଆଁ ଲାଗିଯାଇଥିଲା। ଖବର ପାଇ ଦମକଳ ବାହିନୀ ପହଞ୍ଚିଥିଲେ ହେଁ ସେତେବେଳକୁ ଗାଡ଼ିଟି ସଂପୂର୍ଣ୍ଣ ଜଳିଯାଇଥିଲା।

ସମ୍ବନ୍ଧିତ ଖବର