ପୁଣି ମାତିଲେଣି ଯୁବ କାର୍ପଟଦାର

ରାଜଧାନୀରେ ଭିଡ଼ ଜମାଇଲେଣି ଆଶାୟୀ, ଏକ ତୃତୀୟାଂଶ ନେତା ବିପଦରେ

ଭୁବନେଶ୍ବର : ଆସନ୍ତା ନିର୍ବାଚନରେ କାହାକୁ ପ୍ରାର୍ଥୀ କରାଯିବ? କେଉଁ କେଉଁ ନେତାଙ୍କ ନିର୍ବାଚନମଣ୍ଡଳୀ ବଦଳିବ? କେଉଁମାନଙ୍କୁ ନିର୍ବାଚନ ପ୍ରତିଦ୍ବନ୍ଦ୍ବିତାରୁ ଦୂରେଇ ରହିବାକୁ କୁହାଯିବ? ସର୍ବୋପରି ବିଜେଡି ଟିକେଟ୍ ବାଣ୍ଟିବାରେ କାହାର ମୁଖ୍ୟ ଭୂମିକା ରହିବ?

ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ବିେଜଡିର ଆଭ୍ୟନ୍ତରୀଣ ରାଜନୀତି ଏଭଳି କିଛି ପ୍ରଶ୍ନକୁ ନେଇ ସେତିକି ଅଧିକ ଉଷ୍ମ ହେଲାଣି। ପ୍ରତି ନିର୍ବାଚନମଣ୍ଡଳୀର ମାଳ ମାଳ ଆଶାୟୀ ଏବେ ରାଜଧାନୀରେ ଚକ୍କର କାଟୁଛନ୍ତି। ବିେଜଡିର ପ୍ରମୁଖ କାର୍ପଟଦାରମାନଙ୍କ ପାଖରେ ଲବି ଚଳାଇଛନ୍ତି। ହେଲେ ସେମାନଙ୍କ କଥା ବିେଜଡି ମୁଖ୍ୟ ନବୀନ ପଟ୍ଟନାୟକଙ୍କ ପାଖରେ ପହଞ୍ଚୁଛି କି ନାହିଁ, ସେକଥା ଜାଣିପାରୁନାହାନ୍ତି।

ହେଲେ ଏଭଳି ଖବର ବିେଜଡି ଶୀର୍ଷସ୍ତର ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହାଦ୍ବାରା ଦଳର ସଂଗଠନ ବିଗିଡିବା ଆଶଙ୍କା ରହିଛି ବୋଲି ରାଜନୈତିକ ମହଲ ପୂର୍ବାନୁମାନ କରିଛନ୍ତି। କେବଳ ସେତିକି ନୁହେଁ, ଗୋଷ୍ଠୀବାଦ ମୁଣ୍ଡ େଟକିପାରେ। ସବୁଠାରୁ ବଡ଼ କଥା ହେଲା, ବିେଜଡିର ଯୁବ କାର୍ପଟଦାରମାେନ ଯେତେ ଅଧିକ ପ୍ରଭାବଶାଳୀ େହବେ, ସେମାନଙ୍କ ପୂର୍ବ ଦିନର ପ୍ରସଙ୍ଗ ଗୁଡିକ ପୁଣି ସେତିକି ତାଜା େହାଇପାରେ ଓ ଏହା ନବୀନଙ୍କ ପାଇଁ ସମସ୍ୟା ବଢାଇପାେର।

ପ୍ରକାଶଥାଉକି, ବିଜେପି ଓ କଂଗ୍ରେସ ପ୍ରତିଦିନ ଯେତେ ତମ୍ବିେତାଫାନ କରନ୍ତୁ ନା କାହିଁକିଁ, ଆଜି ଦିନ ଯାଏ ଆଶାୟୀ ପ୍ରାର୍ଥୀଙ୍କ ପ୍ରଥମ ପସନ୍ଦରେ ବିଜେଡି ରହିଛି। ଜଣେ କି ଦୁଇଜଣ ନୁହେଁ, ପାଖାପାଖି ପାଞ୍ଚରୁ ସାତ, ସ୍ଥଳ ବିଶେଷରେ ଦଶରୁ ଅଧିକ ନେତା ପ୍ରତି ନିର୍ବାଚନମଣ୍ଡଳୀରେ ହଠାତ୍ ଉଭା େହଲେଣି।

କିଏ ଅଫିସରଙ୍କୁ, ଆଉ କିଏ ଯୁବ କାର୍ପଟଦାରମାନଙ୍କୁ ସେମାନଙ୍କ ଭଗବାନ େବାଲି ଧରିେନଇ ସ୍ଥାନୀୟ ସଂଗଠନକୁ ଘଣ୍ଟାଚକଟା କରୁଛନ୍ତି। କିଏ ନୂଆ ବର୍ଷ ସ୍ବାଗତ ବ୍ୟାନର ମାରିଲେଣି, ଆଉ କିଏ ପାଲା ଦାସକାଠିଆ, ସାଂସ୍କୃତିକ ଉତ୍ସବରେ ଅତିଥି େହାଇ େସାସିଆଲ ମିଡିଆରେ ଏହି ଫଟୋକୁ ଭାଇରାଲ କରୁଛନ୍ତି। କିଏ ଫ୍ୟାନ୍ସ କ୍ଲବ କଲେଣି, ଆଉ କେଉଁଠାରେ ଦୁର୍ଗତଙ୍କୁ ଶୀତବସ୍ତ୍ର ଆଦି ଦେଇ ତାହାକୁ ସର୍ବସାଧାରଣରେ ପ୍ରଦର୍ଶିତ କରିବା ସହିତ ନିଜକୁ ସମାଜସେବୀ େବାଲି ଦାବି କରିବା ଆରମ୍ଭ କରିଛନ୍ତି। େଭାଟରମାନେ ଏହାକୁ ତୀକ୍ଷ୍ଣ ନଜର ରଖିଛନ୍ତି।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଏଥର ନିର୍ବାଚନ ଅତ୍ୟନ୍ତ ଚ୍ୟାଲେଞ୍ଜ ହେବ େବାଲି ବିଚାର କରାଯାଉଛି। ବିେଶଷକରି ପଞ୍ଚାୟତ ନିର୍ବାଚନ ଫଳାଫଳ ପରେ ବର୍ଷତମାମ ବିେଜଡି ମୁଖିଆଙ୍କ କାର୍ଯ୍ୟଶୈଳୀକୁ ନିରେଖି ଦେଖିଲେ ଅତି ସହଜରେ ବୁଝିହେଉଛି େଯ ସେ ନିର୍ବାଚନମନସ୍କ ଅଛନ୍ତି। ଜନମତକୁ ନିଜ ଆଡକୁ ଟାଣିବା ସହିତ ବିରୋଧୀଙ୍କୁ ଦ୍ବନ୍ଦ୍ବରେ ପକାଇବା ଲାଗି କୌଣସି ସୁଯୋଗ ହାତଛଡା କରିବାକୁ ଚାହୁଁନାହାନ୍ତି।

ଅତିବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ, ଏଥର ଟିକେଟ୍ ପ୍ରଦାନରେ ବଡ଼ ଧରଣର ପରିବର୍ତନ ଆଭାସ ମିଳୁଛି। େଯଉଁମାେନ ପ୍ରମୁଖ କାର୍ପଟଦାର ଭାବେ ବିେଜଡି ରାଜନୀତିରେ ଉଭା େହାଇଛନ୍ତି, ସେମାନଙ୍କ ପାଇଁ ମଧ୍ୟ ବିେଶଷ କିଛି ଆଶ୍ବାସନାର ଖବର ନାହିଁ। କିଛି େନତାଙ୍କ ଆସନ ବଦଳିପାରେ, ଆଉ କ୍ଷମତାଶାଳୀ େନତାଙ୍କୁ ନବୀନ ନିର୍ବାଚନ ଲଢିବାରୁ ଦୂରେଇପାରନ୍ତି।
ଉଲ୍ଲେଖଯୋଗ୍ୟ, ନିର୍ବାଚନ ପୂର୍ବରୁ େଯତେ ସର୍ଭେ େହାଇଛି, େସଥିରୁ େଗାଟିଏ ସଙ୍କେତ ମିଳିଛି େଯ ନବୀନଙ୍କ େଲାକପ୍ରିୟତା କମିନାହିଁ। ବିେଜଡିରେ ଆଜି ଦିନରେ ବି ନବୀନ ପଟ୍ଟନାୟକ ସର୍ବମୟ େନତା। କିନ୍ତୁ ବିେରାଧୀ ଦଳରେ ଏମିତି ସ୍ଥିତି ନାହିଁ। େକନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଦିନରେ ବିେଜପିର ସର୍ବେସର୍ବା। ହେଲେ, ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଦଳ ଘୋଷଣା କରିବା ସ୍ଥିତିରେ ନାହିଁ। କେବଳ ସେତିକି ନୁହେଁ, ବିେଜପି ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରେ ଏମିତି କିଛି ଚେହେରା ରହିଛନ୍ତି, ଯେଉଁମାନଙ୍କୁ ନବୀନ ସରକାରର ପ୍ରଥମ ନଅବର୍ଷ ଅର୍ଥାତ୍ ମେଣ୍ଟ ସରକାର ସମୟରେ ‌ଭୋଟର େଦଖିଛନ୍ତି। ସେମାନଙ୍କ ଗ୍ରହଣୀୟତା ଆଉ ନାହିଁ। କିନ୍ତୁ ନିର୍ବାଚନ ପ୍ରତିେଯାଗିତାରୁ ସେମାନଙ୍କୁ ଦୂରେଇ ରଖିବା ମଧ୍ୟ କାଠିକର ପାଠ। ବିେଦ୍ରାହ ସୃଷ୍ଟି େହବା ଆଶଙ୍କାକୁ ଏଡାଇ ଦେଇ ହେବ ନାହିଁ। କଂଗ୍ରେସ ସ୍ଥିତି ତଦ୍ରୁପ। ଦଳ ପ୍ରଥମ ପର୍ଯ୍ୟାୟର ୪୨ ଜଣ ପ୍ରାର୍ଥୀଙ୍କ ନାମ େଘାଷଣା କରିବ େବାଲି କହି ଦିନ ଗଡାଇ ଚାଲିଛି। ପୁରୁଣା େନତା ଚୌକି ଛାଡିବା ପାଇଁ ନାରାଜ ଓ ନୂଆ େନତାଙ୍କୁ ସୁଯୋଗ ନାହିଁ।

ସମ୍ଭବତଃ ଏହି କାରଣରୁ ଆଜି ଦିନରେ ବିେଜଡି ପ୍ରତି ଆଶାୟୀଙ୍କ ନଜର ଅଧିକ ରହିଥିବା କୁହାଯାଉଛି। ଏହାର ସୁେଯାଗ େନଇ ରାଜଧାନୀରେ କିଛି ଯୁବ କାର୍ପଟଦାର କ୍ୟାମ୍ପ େଖାଲି ଦେଲେଣି। କିଏ ତୃତୀୟ ମହଲାର ନିକଟତର ବୋଲି ଦାବି କରି ଠୋସ ପ୍ରତିଶ୍ରୁତି ଦେବା ଆରମ୍ଭ କରିଦେଇଛନ୍ତି ତ ଆଉ କିଏ ଅନ୍ୟ କ୍ଷମତାଶାଳୀଙ୍କ ନାଁ ଧରୁଛନ୍ତି।

ମିଳୁଥିବା ସୂଚନା ଅନୁସାରେ, ଏଥର ନବୀନ କିନ୍ତୁ ଭିନ୍ନ ଢଙ୍ଗରେ େଗାଟି ଚାଳନା କରିବେ। ବିଭିନ୍ନ କାରଣରୁ ବଦନାମ େହାଇଥିବା ୭୦ ପାଖାପାଖି େନତାଙ୍କର ତାଲିକା େହାଇଛି। କିଏ ନିର୍ବାଚନମଣ୍ଡଳୀରେ ବଦନାମ, ଆଉ କିଏ ବିଶୃଙ୍ଖଳ ଆଚରଣ ପାଇଁ ଲୋକଙ୍କର ଗ୍ରହଣୀୟତା ହରାଇଛନ୍ତି। କିଏ ଚିଟଫଣ୍ଡ ଜାଲରେ ଛନ୍ଦି େହାଇଛନ୍ତି, ଆଉ କିଏ କାଳେ ବିେଜଡି ଟିକେଟ୍ ମିଳିବନି, ଏମିତି ଆଶଙ୍କା କରି ବିେରାଧୀ େଗାଷ୍ଠୀରେ ବି େଗାଡ ରଖିଲେଣି। ଏସବୁ େନତାଙ୍କ ତାଲିକା ଆପାତତଃ ସରିଛି।

ଦ୍ବିତୀୟରେ କିଛି ବରିଷ୍ଠ େନତାଙ୍କୁ ବୟସାଧିକ୍ୟ କାରଣରୁ ଏଥର ଟିକେଟରୁ ବଞ୍ଚିତ କରାଯିବାର ସୁେଯାଗ ସୃଷ୍ଟି େହାଇଛି। ଏ ମଧ୍ୟରୁ କିଛି େନତା ନିଜ ପୁଅ ପାଇଁ ଲବି କରିବା ଆରମ୍ଭ କରିଦେଇଛନ୍ତି। ଆଉ କେତେଜଣ ପରିବାର ପାଇଁ ଦ୍ବିତୀୟ ଟିକେଟ୍ େଖାଜିଲେଣି। କିଛି ଅଫିସର ମଧ୍ୟ ଏ ଦୌଡରେ ସାମିଲ େହାଇଛନ୍ତି। ସେମାେନ କାମ ଛାଡି ନିର୍ବାଚନମଣ୍ଡଳୀରେ େଲାକ ସଂପର୍କ ରଖିବା ଆରମ୍ଭ କରିଛନ୍ତି। ଯୁବ କାର୍ପଟଦାରମାେନ ଏମାନଙ୍କୁ ଇନ୍ଧନ େଦଉଥିବା ଘଟଣା ଏବେ ମୁଖ୍ୟମନ୍ତ୍ରୀଙ୍କୁ ବିସ୍ମିତ କରିଛି। ଏପରିକି େନତାଙ୍କ ସଂପର୍କରେ ଏବେ ବିେଜଡିର େଗାଟିଏ ଗୋଷ୍ଠୀ ତଥ୍ୟ ସଂଗ୍ରହ ଆରମ୍ଭ କରିଦେଇଛନ୍ତି।

ବିେଜଡିର କ୍ଷମତା େକନ୍ଦ୍ରର ବିଶ୍ବସ୍ତ ଜଣେ େନତାଙ୍କର କହିବା କଥା େହଉଛି, କୌଣସି ବି ପରିସ୍ଥିତିରେ ନବୀନ େଲାକଙ୍କ ବିଶ୍ବାସ ହରାଇବେ ନାହିଁ। ଏଥିପାଇଁ େଗାଟିଚାଳନା ଆରମ୍ଭ େହାଇଗଲାଣି। ନିଜେ ମୁଖ୍ୟମନ୍ତ୍ରୀ ଏବେ ଟିକିନିଖି ତଥ୍ୟ ମାଗୁଛନ୍ତି। ବିଭିନ୍ନ ଜିଲ୍ଲାରେ ପର୍ଯ୍ୟବେକ୍ଷକ ନିଯୁକ୍ତି େହାଇଛନ୍ତି ଏବଂ େସମାନଙ୍କ ସହିତ ଦଳ େଯାଗସୂତ୍ରରେ ରହିଛି। ଆଗକୁ ନିର୍ବାଚନ ପରିଚାଳନା ପାଇଁ ନବୀନ କାହାକୁ ବ୍ୟବହାର କରିବେ, ତାହା ଏବେଠାରୁ ଆକଳନ କରିବା ମୁସ୍କିଲ। କିଛି ବରିଷ୍ଠଙ୍କୁ ନିର୍ବାଚନ ଦାୟିତ୍ବ ଦିଆଯାଇପାରେ। ଗତଥର କଳ୍ପତରୁ ଦାସଙ୍କ ସମେତ ଆଉ ଦୁଇ ତିନିଜଣ ନେତାଙ୍କୁ ନବୀନ ବିଶ୍ବାସକୁ େନଇଥିଲେ। ତେବେ ଏଥର ସେମିତି େନତାଙ୍କ ସଂପର୍କରେ ମୁଖିଆ କିଛି ବି ଆଭାସ ଦେଇନାହାନ୍ତି।

ସମ୍ବନ୍ଧିତ ଖବର