ସ୍କୁଲ ସମୟରୁ ଥିବା ସମ୍ପର୍କରେ ଫାଟ ସୃଷ୍ଟି ହେବା ପରେ ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଅଶ୍ଳୀଳ ଫଟୋ ଓ ଭିଡିଓକୁ କଲା ଭାଇରାଲ ପ୍ରେମିକ
କେନ୍ଦୁଝର: କେନ୍ଦୁଝର ପୁଲିସ ବୁଧବାର ପ୍ରେମିକାଙ୍କ ସହ ବିତାଇଥିବା କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଅଶ୍ଳୀଳ ଫଟୋ ଓ ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରିବା ଅଭିଯୋଗରେ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି। ଅଭିଯୁକ୍ତ ପ୍ରେମିକର ନାମ ଦେବାଶିଷ ମହାନ୍ତ ଓ ଘର ଚମ୍ପୁଆର ନନ୍ଦିପଦା ଅଞ୍ଚଳରେ ବୋଲି ଜଣାପଡ଼ିଛି।
ଅଭିଯୋଗ ହୋଇଛି କି, ପ୍ରେମିକାପ୍ରେମିକଙ୍କ ଠାରୁ ଦୂରେଇ ଯାଇଥିଲେ। ଏହାପରେ ପ୍ରେମିକ ଦେବାଶିଷ ଯୁବତୀଙ୍କ ସହ ବିତାଇଥିବା କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ କ୍ଲିପ୍କୁ ସୋସିଆଲ ମିଡିଆରେ ଭାଇରାଲ କରି ଦେଇଥିଲା।
ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି କି, ଦେବାଶିଷଙ୍କର ଉକ୍ତ ଯୁବତୀଙ୍କ ସହିତ ସ୍କୁଲ ସମୟରୁ ବନ୍ଧୁତା ଥିଲା। ଏହି ବନ୍ଧୁତା ଧୀରେଧୀରେ ପ୍ରେମରେ ପରିଣତ ହୋଇଯାଇଥିଲା। ଏହି ସମୟରେ ଦୁହେଁ ଅନେକ ଅନ୍ତରଙ୍ଗ ମୁହୂର୍ତ୍ତ ଫଟୋ ଓ ଭିଡିଓକୁ ଫୋନ୍ରେ କୈଦ କରିଥିଲେ। ପରେ ସମ୍ପର୍କରେ ଫାଟ ସୃଷ୍ଟି ହେବା ପ୍ରେମିକ ଏସବୁ ଫଟୋ ଓ ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରି ଦେଇଥିଲା। ସେହିଦିନଠାରୁ ଏହି ଅଶ୍ଳୀଳ ଫଟୋ ଓ ଭିଡିଓ ମୋବାଇଲରୁ ମୋବାଇଲ୍ ଘୁରି ବୁଲୁଥିଲା ।
ଏହି ଘଟଣା ଜାଣିବା ପରେ ଯୁବତୀଙ୍କ ପରିବାର ଯୋଡ଼ା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଯୋଡ଼ା ପୁଲିସ ଆଜି ଏହି ଘଟଣାରେ ସଂପୃକ୍ତ ଥିବା ପ୍ରେମିକ ଦେବାଶିଷକୁ ଗିରଫ କରିଛି। ଡାକ୍ତରୀ ମାଇନା କରାଯିବା ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ଯୋଡା ପୁଲିସ ଷ୍ଟେସନ୍ ଆଇଆଇସି ପ୍ରକାଶ ଜେମସ୍ ଟପ୍ପୋ ସୂଚନା ଦେଇଛନ୍ତି।