ସମ୍ବଲପୁର: ଟାଉନ୍‌ ଥାନା ପାଣିଟାଙ୍କିପଡ଼ାର ଜଗଜିତ ସିଂ(୩୯) ଟ୍ରେନ୍‌ ସମ୍ମୁଖକୁ ଡେଇଁ ବୁଧବାର ଆତ୍ମହତ୍ୟା କରିଛନ୍ତି। ଫାଟକ ଷ୍ଟେସନ୍‌ ନିକଟରେ ସେ ବୁଧବାର ଦିନ ୧୨ଟା ପାଖାପାଖି ଏକ ଟ୍ରେନ୍‌ ସମ୍ମୁଖକୁ ଡେଇଁ ପଡ଼ିଥିଲେ। ପାରିବାରିକ କଳହକୁ ନେଇ ସେ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଛି। ମୃତଦେହ ପଡ଼ିଥିବା ଦେଖି ପୁରୀ ବିକାନିର୍‌ ଟ୍ରେନ୍‌ର ଲୋକୋ ପାଇଲଟ୍‌ ସମ୍ବଲପୁର ଜିଆର୍‌ପି ଥାନାରେ ରିପୋର୍ଟ ଦେଇଥିଲେ।

Advertisment

ସୂଚନା ପାଇବା ପରେ ଜିଆର୍‌ପି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲା। ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ପୁଲିସ ବୁର୍ଲା ପଠାଇଥିଲା। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ି଼ଛି।