ଏନ୍‌ଆର୍‌ସି ନୁହେଁ, ଏନ୍‌ଆର୍‌ୟୁ ଆବଶ୍ୟକ: ଯୁବ କଂଗ୍ରେସ

ଭୁବନେଶ୍ବର : କେନ୍ଦ୍ରର ବିଜେପି ସରକାର ଏବଂ ରାଜ୍ୟର ବିଜେଡି ସରକାର ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଦେବାରେ ବିଫଳ ହୋଇଛନ୍ତି। ସମଗ୍ର ଦେଶରେ ନ୍ୟାସନାଲ୍‌ ରେଜିଷ୍ଟର ଅଫ୍‌ ସିଟିଜେନ୍‌ସିପ୍‌ (ଏନ୍‌ଆର୍‌ସି)କୁ ନେଇ ବାଦବିବାଦ ଚାଲିଥିବାବେଳେ ଭାରତୀୟ ଯୁବ କଂଗ୍ରେସ ଦ୍ବାରା ନ୍ୟାସନାଲ୍‌ ରେଡିଷ୍ଟର ଅଫ୍‌ ଅନ୍‌ଏମ୍ପ୍ଲୟେମେଣ୍ଟ୍‌ (ଏନ୍‌ଆରୟୁ) ନାମକ ରାଷ୍ଟ୍ରବ୍ୟାପୀ ପ୍ରଚାର ଅଭିଯାନ ଆରମ୍ଭ କରାଯାଇଛି।

ଗୁରୁବାର ସ୍ଥାନୀୟ କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ କରି ପ୍ରଦେଶ ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥୀ କହିଥିଲେ ଦେଶରେ ବେକାରୀ ହାର ଗତ ୪୫ ବର୍ଷ ତୁଳନାରେ ସର୍ବାଧିକ ଅଟେ। ଜାତିସଂଘ ରିପୋର୍ଟ ମୁତାବକ ଦେଶରେ ପ୍ରତି ୫ ଜଣ ଯୁବକ ଯୁବତୀଙ୍କ ମଧ୍ୟରେ ୨ ଜଣ ବେକାର ଅଛନ୍ତି। ରାଜ୍ୟରେ ମଧ୍ୟ ଅନୁରୂପ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ସହସ୍ରାଧିକ ବେକାର ଅଛନ୍ତି। ରୋଜଗାର ଉଦ୍ଦେଶ୍ୟରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ବାହାର ରାଜ୍ୟକୁ ଯୁବକ ଯୁବତୀମାନେ ଦାଦନ ଖଟିବାକୁ ଯାଉଛନ୍ତି। ତେଣୁ ଆଜିର ଦିନରେ ଏନ୍‌ଆରସି ବଦଳରେ ଏନ୍‌ଆରୟୁ ପ୍ରକାଶ କରିବା ଆବଶ୍ୟକ। ଏଥିପାଇଁ ସର୍ବଭାରତୀୟ ଯୁବ କଂଗ୍ରେସ ତରଫରୁ ଏକ ଟୋଲ୍‌ ଫ୍ରି ନମ୍ବର ଜାରି କରାଯାଇଛି। ରାଜ୍ୟର ସମସ୍ତ ବେକାର ଯୁବକଯୁବତୀମାନେ ଟୋଲ୍‌ ଫ୍ରି ନମ୍ବର ୮୧୫୧୯୯୪୪୧୧ରେ ମିସ୍‌ଡ କଲ କରି ନିଜକୁ ପଞ୍ଜୀକରଣ କରାଇବାକୁ ମଧ୍ୟ ଶ୍ରୀ ମହାରଥୀ ଜଣାଇଥିଲେ।

ସମ୍ବନ୍ଧିତ ଖବର