ଯୁବ କଂଗ୍ରେସ ପାଳିଲା ବେରୋଜଗାର ଦିବସ, ଥାଳି ଧରି ଭିକ୍ଷା ମାଗିଲେ କର୍ମୀ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନକୁ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ବେରୋଜଗାର ଦିବସ ଭାବେ ପାଳନ କରାଯାଇଛି। ଏହି ଅବସରରେ ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କାଙ୍କ ନେତୃତ୍ବରେ ଯୁବ କଂଗ୍ରେସ କର୍ମୀମାନେ ଅଭିନବ ଉପାୟରେ ମାଷ୍ଟରକ୍ୟାଣ୍ଟିନ ଛକରେ ଥାଳିଧରି ଭିକ୍ଷା ମାଗିବା ସହ ଜୋତା ପଲିସ କରି ପ୍ରତିବାଦ ଜଣାଇଥିଲେ।

ଯୁବ କଂଗ୍ରେସ ସଭାପତି ଶ୍ରୀ ଲେଙ୍କା କହିଛନ୍ତି, ୨୦୧୪ ମସିହା ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ପ୍ରତିବର୍ଷ ୨କୋଟି ଯୁବକ ଯୁବତୀଙ୍କୁ ନିଯୁକ୍ତି ସୁଯୋଗ ଦେବାର ସ୍ବପ୍ନ ଦେଖାଇଥିଲେ। ମାତ୍ର ନିଯୁକ୍ତିତ ଦୂରର କଥା, ନିର୍ବାଚନ ପରେ ମୋଦୀ ସରକାର ଜନସାଧାରଣଙ୍କ ହାତରୁ ରୋଜଗାର ଛଡ଼ାଇନେବାକୁ ଯୋଜନା କରୁଛନ୍ତି। ବହୁ ଶିକ୍ଷିତ ଯୁବକ ଯୁବତୀ ନିଯୁକ୍ତି ନପାଇ ମାନସିକ ଦୁଶ୍ଚିନ୍ତାରେ ଅଛନ୍ତି। ସରକାର ବେକାର ସମସ୍ୟା ଦୂର କରିବା ପାଇଁ ସ୍ବତନ୍ତ୍ର ପଦକ୍ଷେପ ନେବାକୁ ଯୁବ କଂଗ୍ରେସ ଦାବି କରିଛି।

ଏହି ପ୍ରତିବାଦ ସମାବେଶରେ ନିରଞ୍ଜନ ନାୟକ, ଜ୍ଞାନରଞ୍ଜନ ରାଉତ, ଦେବଦତ୍ତ ପାତ୍ର, ରଞ୍ଜିତ ପାତ୍ର, ସ୍ବାଗତ କର, ଜନାର୍ଦ୍ଦନ ପରିଡ଼ା, ମାନସ କୁମାର ନାୟକ, ସୁଦୀପ ସାମଲ, ବିଶ୍ବଜିତ୍‌ ଲେଙ୍କା, ହରିଶଙ୍କର ଜେନା, ତପନ କୁମାର କାଣ୍ଡି, ଅଭିଷେକ ପଟ୍ଟନାୟକ, ଶିଶିର ସାମଲ, ଶାହାରୁଖ ଖାନ୍‌, ନଳିନୀକାନ୍ତ ନାୟକ, ସୋନୁ ସ୍ବାଇଁ, ରିତୁଲ୍‌ ମହରଣା, ସୁରଜ କୁମାର ରାଉତ, ବଳରାମ ନନ୍ଦ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର