ଭବାନୀପାଟଣା : ଗାଡିରୁ ଅନଲୋଡ଼ କରୁଥିବା ବେଳେ ମାର୍ବଲ ପ୍ଲେଟରେ ଚାପି ହୋଇ ଯୁବକଙ୍କ ମୃତ୍ୟୁ

ଭବାନୀପାଟଣା : ଭବାନୀପାଟଣା ସହର ନିକଟସ୍ଥ ଶ୍ରୀକୃଷ୍ଣ ନଗର ସମ୍ମୁଖରେ ଥିବା ଏକ ସୋରୁମରେ ମାର୍ବଲ ପ୍ଲେଟ ଗାଡିରୁ ଅନଲୋଡ଼ କରୁଥିବା ବେଳେ ଚାପି ହୋଇ ଜଣେ ଯୁବକଙ୍କ ମୃତ୍ୟୁ ହେବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି ।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଆଜି ସନ୍ଧ୍ୟାରେ ଭବାନୀପାଟଣା ସହର ନିକଟସ୍ଥ ଶ୍ରୀକୃଷ୍ଣ ନଗର ନିକଟରେ ଥିବା ଏକ ସୋରୁମରେ ଗାଡିରୁ ମାର୍ବଲ ପ୍ଲେଟ ଅନଲୋଡ଼ କରୁଥିବା ବେଳେ ଜଣେ ଶ୍ରମିକ ଚାପି ହୋଇ ମୃତ୍ୟୁବରଣ କରିଛନ୍ତି । ମୃତ ଯୁବକ ଜଣକ ଭବାନୀପାଟଣା ସଦର ଥାନା ଅନ୍ତର୍ଗତ କୁଳିଆମାଲ ପଞ୍ଚାୟତର କଛାର ପଦର ଗ୍ରାମର ରୋହିତ ନାଏକ(୨୫) ବୋଲି ଜଣାପଡିଛି । ଅନ୍ୟ ଜଣେ ଶ୍ରମିକ ଗୋଲାମୁଣ୍ଡା ବ୍ଲକର ଗିରିଣ୍ଡଳ ଗ୍ରାମର ଉଦିତ କୁମାର ଚନ୍ଦନୀ(୨୮) ଆହତ ହୋଇଛନ୍ତି ।

ଖବର ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଶ୍ରମିକ ରୋହିତ ନାଏକଙ୍କ ଶବକୁ ଉଦ୍ଧାର କରିଥିଲେ । ଏନେଇ ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି । ସୋରୁମ ମାଲିକଙ୍କ ପକ୍ଷରୁ ମୃତ ରୋହିତ ନାଏକଙ୍କ ପତ୍ନୀ ସିତୟା ନାଏକଙ୍କୁ ଅଢେଇ ଲକ୍ଷ ଟଙ୍କାର ସହାୟତା ରାଶି ଚେକ ପ୍ରଦାନ କରିଥିବା ପୁଲିସ କହିଛି । ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ କହିିଛି।

ସମ୍ବନ୍ଧିତ ଖବର