ମହାନଦୀ ପାଇଁ ସାଇକେଲରେ ଯାତ୍ରା ବେଳେ ଅସୁସ୍ଥ

ଭୁବନେଶ୍ବର : ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବିବାଦର ଆପୋସ ସମାଧାନ ପାଇଁ ଅଣ୍ଟା ଭିଡ଼ିଛନ୍ତି ଦୁଇ ଜଣ କଲେଜ ଛାତ୍ର କ୍ରିଷ୍ଣକ‌ାନ୍ତ ଷଡ଼ଙ୍ଗୀ ଏବଂ ଶୁଭ୍ରଜିତ ବାରିକ। ଏସଂପର୍କରେ ନୂଆଦିଲ୍ଲୀରେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ଭେଟି ସ୍ମାରକପତ୍ର ଦେବାଲାଗି ସେମାନେ କଟକରୁ ସାଇକେଲରେ ଯାତ୍ରା କରୁଛନ୍ତି। ତେବେ ସେମାନେ ହଠାତ ଅସୁସ୍ଥ ହୋଇପଡ଼ିବାରୁ ଆଜି ସେମାନଙ୍କୁ ଉତ୍ତର ପ୍ରଦେଶର ମଥୁରା ଦୟାନନ୍ଦ ସରକାରୀ ଡାକ୍ତରଖାନାରେ ଭର୍ତି କରାଯାଇଛି। ପ୍ରାଥମିକ ଚିକିତ୍ସା ପରେ ଏବେ ସେମାନଙ୍କ ଅବସ୍ଥାରେ ଉନ୍ନତି ଘଟିଥିବା କ୍ରିଷ୍ଣକ‌ାନ୍ତ ଫୋନ ଯୋଗେ ଜଣାଇଛନ୍ତି।

ଏହି ଦୁଇ ଛାତ୍ର ଜୁଲାଇ ୧ ତାରିଖରୁ କଟକରୁ ବାହାରିଛନ୍ତି। ସେମାନେ କହୁଛନ୍ତି ଯେ ମହାନଦୀ ଟ୍ରିବୁନାଲ ଦ୍ବାରା ଏହି ବିବାଦର ସମାଧାନ ହୋଇପାରିବ ନାହିଁ। କାରଣ ରାଜ୍ୟମାନେ ଟ୍ରିବୁନାଲ ଆଦେଶକୁ ମାନୁ ନାହାନ୍ତି। ଟ୍ରିବୁନାଲ ବଦଳରେ ରିଭର ‌େବାର୍ଡ ଗଠନ କରିବାକୁ ସେମାନେ ଦାବି କରୁଛନ୍ତି।

ସମ୍ବନ୍ଧିତ ଖବର