ନିମାପଡ଼ା : ନିମାପଡ଼ା ବ୍ଲକ୍ ଅରିଷଣ୍ଢ ପଞ୍ଚାୟତ ପଡ଼ା ଗୁଆତିରାକୁ ଫେରିଥିବା ଜଣେ ପ୍ରବାସୀ ଅସୁସ୍ଥ ହୋଇପଡ଼ିବା ପରେ ମେଡିକାଲ ନେବାରେ ଅବହେଳା ଯୋଗୁ ପ୍ରାଣ ହରାଇଛନ୍ତି। ପ୍ରଦେଶ କୁମାର ସ୍ବାଇଁ(୪୦) ନାମକ ଏହି ଯୁବକ ଗତକାଲି ହାଇଦ୍ରାବାଦରୁ କାର୍ ଯୋଗେ ଗ୍ରାମକୁ ଫେରିଥିଲେ। ତେବେ ସେ ଅସୁସ୍ଥ ଥିବାରୁ ତାଙ୍କ ପରିବାର ଲୋକେ ଚିକିତ୍ସା ପାଇଁ ଗତକାଲି ସନ୍ଧ୍ୟାରେ ତାଙ୍କୁ ନିମାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। କିନ୍ତୁ ସ୍ଥାନୀୟ ହାଟ ବଜାରରେ ଥିବା ଏନ୍ଏସିର ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ସଙ୍ଗରୋଧ କେନ୍ଦ୍ର ନିକଟରେ ପ୍ରଦେଶ ଗୁରୁତର ହୋଇ ପଡ଼ିଥିଲେ। ପ୍ରଦେଶ ନିଶ୍ବାସ ପ୍ରଶ୍ବାସରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ କାଳେ କରୋନା ହୋଇଥିବ ତାହା ପରିବାର ଲୋକେ ସନ୍ଦେହ କରିଥିଲେ। ତେଣୁ ହସ୍ପିଟାଲ ନେବା ପରିବର୍ତ୍ତେ ପ୍ରଦେଶଙ୍କୁ ସେମାନେ ସେଠାରେ କାର୍ରୁ ଓହ୍ଲାଇ ଦେଇଥିଲେ। ସେ ସେଠାରେ ଅସହାୟ ଅବସ୍ଥାରେ ପଡ଼ି ରହିଥିଲେ। ରାତି ପ୍ରାୟ ସାଢେ ୧୦ଟା ବେଳକୁ କରୋନା ରୋଗୀ ନେବା ଆଣିବା କରୁଥିବା ଏକ ଆମ୍ବୁଲାନସ୍ ଆସି ରୋଗୀକୁ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲା। ରାତି ସାଢ଼େ ୧୨ଟାରେ ତାଙ୍କର ଚିକିତ୍ସାଧୀନ ଥିବାବେଳେ ତାଙ୍କ ପ୍ରାଣବାୟୂ ଉଡ଼ିଯାଇଥିଲା। ତୁରନ୍ତ ତାଙ୍କ ଶବକୁ ବ୍ୟବଚ୍ଛେଦ କରାଯାଇଥିଲା। କିନ୍ତୁ ସେ କରୋନାରେ ଆକ୍ରାନ୍ତ ହୋଇନଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିବା ତହସିଲଦାର ଚନ୍ଦ୍ରକାନ୍ତ ମଲ୍ଲିକ ପ୍ରକାଶ କରିଛନ୍ତି।
କରୋନା ଭୟରେ କାର୍ରୁ ଓହ୍ଲାଇଦେଲେ ପରିବାର ଲୋକେ, ଅସହାୟ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ
/sambad/media/post_attachments/wp-content/uploads/2020/03/dead-East-ldho-news.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)