ମାର୍ଶାଘାଇ: କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ମାର୍ଶାଘାଇ ବ୍ଲକର ବେରୁଆଁ ଗାଁ ସନ୍ନିକଟ ରାସ୍ତାକଡ଼ରେ ଜଣେ ଯୁବକଙ୍କ ମୃତଦେହ ଆଜି ସକାଳେ ପଡ଼ିଥିବାର ଦେଖିବାକୁ ମିଳିଥିଲା। ମୃତକଙ୍କ ଉପରେ ତାଙ୍କର ବାଇକଟିକୁ ବି ଲଦି ଦିଆଯାଇଥିବାର ଦେଖିବାକୁ ମିଳିଥିଲା।
ଉକ୍ତ ମୃତକଙ୍କର ପରିଚୟ ଅବଶ୍ୟ ମିଳିଛି। ସେ ହେଲେ ସେହି ଅଞ୍ଚଳର ଜଣାଶୁଣା ସୂଚନା ଅଧିକାର କର୍ମୀ ରଞ୍ଜନ କୁମାର ଦାସ। ତାଙ୍କର ବୟସ ୩୫ ବର୍ଷ ବୋଲି କୁହାଯାଉଛି। ତାଙ୍କୁ ରାଜନୈତିକ ଆକ୍ରୋଶ ରଖି କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି।
ଖବର ପାଇ ଘଟଣାସ୍ଥଳରେ ମାର୍ଶାଘାଇ ଥାନା ପୁଲିସ୍ ପହଞ୍ଚି ରଞ୍ଜନ କୁମାର ଦାସଙ୍କର ମୃତ ଦେହକୁ ଜବତ କରିଛି। ଏହାଛଡ଼ା ଘଟଣା ସଂପର୍କରେ ତଦନ୍ତ ଆରମ୍ଭ କରିଛି।
ସେହି ଅଞ୍ଚଳରେ ଏହି ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଶୁଣିବାକୁ ମିଳୁଛି ଯେ ମାଣିକପୁରରେ ପ୍ରଧାନମନ୍ତ୍ରୀ ରୋଜଗାର ଯୋଜନା ଏବଂ ଇନ୍ଦିରା ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଛି। ଏହାକୁ ଲୋକଲୋଚନକୁ ଆଣିଥିଲେ ସୂଚନା ଅଧିକାର କର୍ମୀ ରଞ୍ଜନ କୁମାର ଦାସ। ଖାଲି ସେତିକି ନୁହେଁ ସ୍ଥାନୀୟ ଲୋକେ ରଞ୍ଜନଙ୍କ ପରାମର୍ଶରେ ଏହାର ପ୍ରତିବାଦ କରି ମାଣିକପୁରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଯେଉଁମାନେ ଏହି ଦୁର୍ନୀତିରେ ଲିପ୍ତ ଅଛନ୍ତି ସେମାନେ ରଞ୍ଜନ କୁମାର ଦାସଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି।
ପିଏମ୍ ଆର୍ ୱାଇ ଓ ଇନ୍ଦିରା ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଘଟଣା ଲୋକଲୋଚନକୁ ଆଣିବାରୁ ସୂଚନା ଅଧିକାର କର୍ମୀଙ୍କୁ ହତ୍ୟା!
କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ମାର୍ଶାଘାଇରେ ଚାଞ୍ଚଲ୍ୟ
/sambad/media/post_attachments/wp-content/uploads/2020/02/dead-indiatoday.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)