ନିଶା ନେଲା ଯୁବକଙ୍କ ଜୀବନ!

ଦେଉଳା : ଭୋଗରାଇ ବ୍ଲକ୍‌ର ଦେଉଳାହାଟ-ଗଣେଶ୍ବରପୁର ରାସ୍ତାକଡ଼ରୁ ଆଜି ସକାଳେ ଜଣେ ନିଶାଗ୍ରସ୍ତ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗତକାଲି ରାତିରେ ଯୁବକ ଜଣକ ସାଇକେଲରେ ଘରକୁ ଫେରିବା ବେଳେ ଏକ ପୋଖରୀ ପାଖରେ ପଡ଼ି ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ସୋହରିଆ ପଞ୍ଚାୟତ ସୋହରିଆ ଗ୍ରାମର ବୈକୁଣ୍ଠ ଗିରିଙ୍କ ପୁଅ ରବୀନ୍ଦ୍ର(୩୮) ଶୁକ୍ରବାର ସନ୍ଧ୍ୟାରେ ଦେଉଳାହାଟକୁ ଆସିଥିଲେ। ସେ ପ୍ରଚୁର ନିଶାଗ୍ରସ୍ତ ହୋଇ ଦେଉଳାହାଟରେ ବୁଲୁଥିବା ଲୋକେ ଦେଖିବାକୁ ପାଇଥିଲେ। ତେବେ ରାତିରେ ରବୀନ୍ଦ୍ର ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ସନ୍ଧାନ ମିଳି ନ ଥିଲା। ଆଜି ସକାଳ ୮ଟା ସମୟରେ ରହମାନ ଖାଁଙ୍କ ବାରି ପୋଖରୀ ହୁଡ଼ାର ଏକ ବୁଦାମୂଳେ ରବୀନ୍ଦ୍ର ମୁହଁ ତଳକୁ କରି ପଡ଼ିଥିଲେ। ଲୋକେ ତାଙ୍କୁ ଦେଖି ପୁଲିସକୁ ଖବର ଦେଇଥିଲେ। ଭୋଗରାଇ ଥାନାଧିକାରୀ ନରେନ୍ଦ୍ର କୁମାର ଦାସ ଘଟଣାସ୍ଥଳରେ ପହଞ୍ଚି ରବୀନ୍ଦ୍ରକୁ ଉଦ୍ଧାର କରିଥିଲା ବେଳେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧିତ ଖବର