କୁକୁଡ଼ାଖଣ୍ଡି/ବ୍ରହ୍ମପୁର : ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଡେଙ୍ଗାପଦର ପଞ୍ଚାୟତ ବାଉଁଶିଆପଲ୍ଲୀ ଗ୍ରାମ ନିକଟସ୍ଥ ଏକ ନାଳରୁ ଜଣେ ଯୁବକଙ୍କ ଶବ ଜବତ ହୋଇଛି। ଯୁବକଙ୍କ ଗଳାକୁ କୌଣସି ଧାରୁଆ ଅସ୍ତ୍ରରେ କଟା ଯାଇଥିବା ଦେଖିବାକୁ ମିଳିଛି। ମୃତ ଯୁବକ ଜଣକ ପ୍ରକାଶ ମଲ୍ଲିକ(୩୫) ବୋଲି ପୁଲିସ କହିଛି। ପରିବାର ବର୍ଗଙ୍କ ଅଭିଯୋଗ କ୍ରମେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ବାସୁଦେବପୁର ପଞ୍ଚାୟତ ବୁରୁଡ଼ା ଗ୍ରାମର ପଦ୍ମନାଭ ମଲ୍ଲିକଙ୍କ ପୁଅ ହେଉଛନ୍ତି ପ୍ରକାଶ। ଗତକାଲି ରାତିରେ କିଛି ଲୋକ ତାଙ୍କ ଘରକୁ ଆସି କୌଣସି କାମ ପାଇଁ ପ୍ରକାଶଙ୍କୁ ଡାକି ନେଇଥିଲେ। ହେଲେ ବିଳମ୍ବିତ ରାତି ପର୍ଯ୍ୟନ୍ତ ପ୍ରକାଶ ଘରକୁ ଫେରି ନଥିଲେ। ଆଜି ସକାଳେ ବାଉଁଶିଆପଲ୍ଲୀ ନିକଟସ୍ଥ ଏକ ନାଳରେ ପ୍ରକାଶଙ୍କ ରକ୍ତାକ୍ତ ଶବ ପଡ଼ିଥିବା ଦେଖିବାକୁ ମିଳିଥିଲା। ହତ୍ୟାର କାରଣ ଅଦ୍ୟାବଧି ସ୍ପଷ୍ଟ ହୋଇ ନାହିଁ। ପୁଲିସ ବିଭିନ୍ନ ଲୋକଙ୍କୁ ଏ ଦିଗରେ ପଚରାଉଚରା କରୁଥିବା ସୂଚନା ମିଳିଛି।
ଘରୁ ଡାକି ନେଲେ, ତଣ୍ଟି କାଟି ଫିଙ୍ଗିଦେଲେ
/sambad/media/post_attachments/wp-content/uploads/2019/06/mud-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)