ଟ୍ରକ୍‌ ପଛପଟେ ପିଟି ହୋଇ ଦୁଇ ଯୁବକ ମୃତ

ଜୁନାଗଡ଼ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଞ୍ଜାରୀ ମନ୍ଦିର ନିକଟରେ ଠିଆ ହୋଇଥିବା ଟ୍ରକ ପଛ ପଟେ ପିଟି ହୋଇ ରବିବାର ସନ୍ଧ୍ୟାରେ ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ସେ ଦୁହେଁ ହେଲେ ଜୁନାଗଡ଼ ଥାନା ତଳଜାରିଙ୍ଗ ପଞ୍ଚାୟତ ଗୁଞ୍ଜୁଗୁଡ଼ା ଗାଁର କ୍ଷୀରସିନ୍ଧୁ ମାଝୀ(୨୫) ଓ ଗଙ୍ଗାଧର ନାଗ(୨୫)।

ପ୍ରକାଶ ଯେ, କ୍ଷୀରସିନ୍ଧୁ ଓ ଗଙ୍ଗାଧର ରବିବାର ସନ୍ଧ୍ୟାରେ ଏକ ନୂଆ ପଲସର ବାଇକ ଯୋଗେ କୌଣସି କାମରେ ଜୁନାଗଡ଼କୁ ଆସୁଥିଲେ। ବଞ୍ଜାରୀ ମନ୍ଦିର ନିକଟ ଜାତୀୟ ରାଜପଥ ୨୬ଉପରେ ଠିଆ ହୋଇଥିବା ଟ୍ରକକୁ ସେମାନଙ୍କ ବାଇକ୍‌ ପଛ ପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ କ୍ଷୀରସିନ୍ଧୁଙ୍କ ମୃତ୍ୟୁ ହୋଇଥିଲା‌। ଗୁରୁତର ଅବସ୍ଥାରେ ଗଙ୍ଗାଧରଙ୍କୁ ଜୁନାଗଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଗଙ୍ଗାଧରଙ୍କ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର