ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ

ହରିଚନ୍ଦନପୁର : ହରିଚନ୍ଦନପୁର-ଭଗାମୁଣ୍ଡା ରାସ୍ତାର ଆଳୁଘାଟି ନିକଟରେ ଗତକାଲି ରାତିରେ ଏକ ଅଜଣା ଗାଡ଼ି ଧକ୍କାରେ ବାଇକ ଆରୋହୀ ଘାଟଗାଁ ବ୍ଲକ୍‌ ଗୋପୀନାଥପୁର ଗ୍ରାମର ଅର୍ଜୁନ ନାୟକ (୨୬) ଙ୍କ ମୃତ୍ୟୁ ଘଟିଛି।

ଶ୍ରୀ ନାୟକ ଭଗାମୁଣ୍ଡା ପଞ୍ଚାୟତ ନୂଆଗାଁର ସମ୍ପର୍କୀୟଙ୍କ ଘରୁ ରାତିରେ ବାଇକରେ ନିଜ ଘରକୁ ଫେରୁଥିବାବେଳେ ଆଳୁଘାଟିର ବୁଲାଣି ରାସ୍ତାରେ ତାଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇ ଫେରାର ହୋଇଯାଇଥିଲା। ଶ୍ରୀ ନାୟକ ରାସ୍ତାର ୧୦ ଫୁଟ ତଳ ଏକ ପଥରିଆ ସ୍ଥାନକୁ ଛିଟିକ ପଡ଼ିଥିଲେ। ସେଠାରୁ ସେ ଉଠିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଉଠି ପାରି ନଥିଲେ। ରାସ୍ତାର ତଳକୁ ବାଇକ ସହ ସେ ଖସିପଡି ଥିବାରୁ ବାଟୋଇ ତାଙ୍କୁ ଦେଖି ପାରି ନଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ଆଜି ସକାଳେ ଥାନାର ଏସଆଇ ସୁକଲ ଥେମୁରିଆଙ୍କ ସହ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଡାକ୍ତରଖାନାକୁ  ପଠାଇଥିଲେ। ଏ ସମ୍ପର୍କରେ ପୁଲିସ ୨୯/୨୨ ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର