ଯୁବକଙ୍କୁ ପିଟି ପିଟି ମାରିଦେଲେ ଦୃର୍ବୃତ୍ତ

ଅତାବିରା : ବରଗଡ଼ ଜିଲ୍ଲା ଅତାବିରା ଏନ୍ଏସି ଅନ୍ତର୍ଗତ ଭୋଇପୁରା ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ଯାଇଥିବା ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ପିଟିପିଟି ମାରିଦେଇଛନ୍ତି। ମୃତକ ଜଣକ ହେଲେ ଅତାବିରା ବସ୍ତିରେ ରହୁଥିବା ନିରଂଜନ ବେହେରାଙ୍କ ପୁଅ ରାଜା ‌ବେହେରା(୧୬)।

ରାଜା ନିଜ ବଡ଼ମା ସନ୍ତୋଷିନୀ ଘରେ ରହୁଥିଲେ। ଗୋଡ଼ଭଗା କଲେଜର ଯୁକ୍ତ-୨ର ପ୍ରଥମ ବର୍ଷରେ ସେ ପାଠ ପଢ଼ୁଥିଲେ। ଭୋଇପୁରା ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସେ ଏକ ଆଇସ୍‌କ୍ରିମ ଦୋକାନୀକୁ ସାହାଯ୍ୟ କରୁଥିଲେ। ଦିପହରେ ଘରରୁ ଆସି ପୁଣି ସେଠାକୁ ଯାଉଥିବା ବାଟରେ କିଛି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ। ସେଠାରେ ତାଙ୍କୁ ପିଟିପିଟି ଅଚେତ କରି ଦୁର୍ବୃତ୍ତମାନେ ଫେରାର୍‌ ମାରିଥିଲେ। ଫଳରେ ରାଜାଙ୍କ କାନ, ବେକରେ ଗଭୀର ଆଘାତ ଲାଗିଥିଲା। ଅତାବିରା ସରକାରୀ ଡାକ୍ତରଖାନାକୁ ରାଜାଙ୍କୁ ଅଣାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର