ଭବାନୀପାଟଣା : ଭବାନୀପାଟଣା ସ୍ଥିତ ଶ୍ବଶୁର ଘରକୁ ଆସି ନିଜ ଘର ଲାଞ୍ଜିଗଡ଼ ରୋଡ଼କୁ ଫେରୁଥିବା ସମୟରେ ବାଇକ୍ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଲାଞ୍ଜିଗଡ଼ ରୋଡ଼ର ଦେବଗୌଡ଼ (୩୫) ଶ୍ୱଶୁର ଘର ଭବାନୀପାଟଣାକୁ ଆସି ବାଇକ୍ରେ ଫେରୁଥିଲେ। ଡୁମେରବାହାଲରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲେ। ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ଭବାନୀପାଟଣା ସଦର ଡାକ୍ତରଖାନାକୁ ପଠାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ଏନେଇ ପୁଲିସ୍ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି।
ବାଇକ୍ ଦୁର୍ଘଟଣାରେ ଯୁବକ ମୃତ, ଶ୍ବଶୁର ଘରୁ ଫେରୁଥିଲେ
/sambad/media/post_attachments/wp-content/uploads/2022/09/accident-bike.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)