କରୋନାରେ ଯୁବକଙ୍କ ମୃତ୍ୟୁ

ଟମକା : ଦାନଗଦୀ ବ୍ଲକ୍‌ ଅନ୍ତର୍ଗତ ଗୋବର୍ଦ୍ଧନପୁର ପଞ୍ଚାୟତ ମାନପୁର ଗ୍ରାମର ଜଣେ ୨୨ ବର୍ଷର ଯୁବକଙ୍କର କରୋନାରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମାନପୁର ଗ୍ରାମର ସମ୍ପୃକ୍ତ ଯୁବକ ଗତ କିଛିଦିନ ତଳେ ଅସୁସ୍ଥତା ଅନୁଭବ କରିଥିଲେ। ସ୍ୱାବ୍‌ ପରୀକ୍ଷାରୁ ସେ କରୋନା ସଂକ୍ରମିତ ବୋଲି ଚିହ୍ନଟ ହୋଇଥିଲେ। ନିଜଘରେ ସଂଗରୋଧରେ ଥିବାବେଳେ ଗତକାଲି ରାତିରେ ଅତ୍ୟଧିକ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ହେଲେ ଡାକ୍ତରଖାନା ଯିବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା।

ମାନପୁର ଗ୍ରାମର ଯୁବନେତା ସ୍ବରାଜ ଜେନାଙ୍କ ସହଯୋଗରେ ପଞ୍ଚାୟତର ସରପଞ୍ଚ, ଟମକା ଥାନା, ଦାନଗଦୀ ତହସିଲଦାର ଓ ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ରକୁ ଯୋଗାଯୋଗ କରାଯାଇଥିଲା। ଶବ ଦୀର୍ଘ ସମୟ ଧରି ପଡ଼ି ରହିବା ପରେ ଜିଲ୍ଲା ସଦର ମହକୁମାରୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଆସିଥିଲା। ମରଶରୀରକୁ ଯାଜପୁର ଟାଉନ ବାରୁଣୀ ପଡ଼ିଆ ଠାରେ ଶେଷକୃତ୍ୟ କରାଯାଇଥିଲା।

ସମ୍ବନ୍ଧିତ ଖବର